Thu. Jan 23rd, 2025

ଲୁକ୍ ବଦଳାଇଲେ, ଦାଢି କାଟିଲେ, ମାତ୍ର ଆତଙ୍କବାଦୀଙ୍କୁ ଦେଇ ପାରିଲେ ନାହିଁ ଚକମା

By amfnews Oct 28, 2018 #Featued
365 Views

Khabar Odisha:policeman-who-was-going-to-meet-his-parents-shot-dead-by-terrorists-in-jammu-kashmir
ଶ୍ରୀନଗର, ଅକ୍ଟେ।ବର୨୮: ପୁଲଓ୍ଵାମାରେ ନିଜର ମା-ବାପାଙ୍କୁ ଭେଟିବାକୁ ଏବଂ ଆତଙ୍କୀକୁ ଚକମା ଦେବା ପାଇଁ ସବ ଇନ୍ସପେକ୍ଟର ଇମତିଆଜ ଅହମ୍ମଦ ମିର ପ୍ରଥମେ ନିଶ-ଦାଢି କାଟିଲେ ଏବଂ ପୁଣି ନିଜର ଲୁକ୍ ବଦଳାଇଲେ। ତଥାପି ସେ ଆତଙ୍କବାଦୀଙ୍କ ପଞ୍ଝାରୁ ମୁକୁଳି ପାରିଲେ ନାହିଁ। ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆତଙ୍କବାଦୀ  ତାଙ୍କୁ ଚିହ୍ନି ନେଇଥିଲେ ଓ ଗୁଳି କରି ତାଙ୍କୁ ଆଜି ହତ୍ୟା କରିଥିଲେ। କେବଳ ଏତିକି ନୁହେଁ ମୀରଙ୍କ ଶବକୁ ତାଙ୍କର ଗାଁକୁ ନେବା ସମୟରେ ସେଠାରେ ପଥର ଫିଙ୍ଗାଳି ମଧ୍ୟ ଆକ୍ରମଣ କରିଥିଲେ।

ଅନେକ ଦିନରୁ ନିଜର ମା-ବାପାଙ୍କୁ ଦେଖିବାକୁ ବ୍ୟାକୁଳ ଥିବା ୩୦ ବର୍ଷୀୟ ଇମତିଆଜ ମିର ନିଜର ଦାଢି କାଟି ଦେଇଥିଲେ। ସେ ଭାବିଥିଲେ ଯେ ଏମିତି କଲେ ସେ ଆତଙ୍କବାଦୀଙ୍କ ନଜରରୁ ବର୍ତ୍ତି ଯିବେ। ମାତ୍ର ଏମିତି ହୋଇନଥିଲା। ମୀର ଘରକୁ ଆସୁଥିବା ସମୟରେ ଦକ୍ଷିଣ କାଶ୍ମୀରର ପୁଲଓ୍ଵାମା ଜିଲ୍ଲାର ଓ୍ଵାହିବାଗରେ ରବିବାର ଆତଙ୍କୀ ଗୁଳି କରି ତାଙ୍କୁ ହତ୍ୟା କରିଥିଲେ। ସେ ସିଆଇଡି ବିଭାଗରେ କାର୍ଯ୍ୟରତ ଥିଲେ। ମୀରଙ୍କୁ ଗାଁକୁ ନଯିବାକୁ ମଧ୍ୟ ଧମକ ଦିଆଯାଇଥିଲା। ତାଙ୍କର ଜଣେ ସୁପରଭାଇଜିଙ୍ଗ ଅଫିସର କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ଏଥିପାଇଁ ତାଙ୍କୁ ମୁଁ ଯିବାକୁ ମନା କରିଥିଲି ମାତ୍ର ସେ ତାଙ୍କର ମା-ବାପାଙ୍କୁ ଭେଟିବାକୁ ଚାହୁଁଥିଲେ। ତାଙ୍କ ପରିବାର ଲୋକେ ପୁଲଓ୍ଵାମାର ଦୂରବର୍ତ୍ତୀ ଇଲାକା ସୋଣ୍ଟାବାଗରେ ରୁହନ୍ତି।

୨୦୧୮ ମାର୍ଚ୍ଚରେ ସିଆଇଡିରେ ହୋଇଥିବା  ପୋଷ୍ଟିଂ

ଯେବେ ମୀରଙ୍କ ଶବକୁ ପୋଲିସ ପୁଲଓ୍ଵାମା ନେଇ ଆସୁଥିଲା ପଥର ଫିଙ୍ଗାଳି ସେହି ସମୟରେ ବି ଆକ୍ରମଣ କରିଥିଲେ। ସୁରକ୍ଷାବଳ ମୀରଙ୍କ ହତ୍ୟା ପରେ ଘାଟିରେ ସର୍ଚ୍ଚ ଅପରେସନ ଜୋରଦାର କରିଥିଲା। ଯାହାର ଜବାବରେ ପଥର ଫିଙ୍ଗାଳି ଆକ୍ରମଣ କରିଥିଲେ।

ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ପୁତ୍ର ଥିଲେ ମୀର

ମୀର ଜଣେ ଅବସରପ୍ରାପ୍ତ ପୋଲିସ ଅଫିସରଙ୍କ ପୁତ୍ର ଥିଲେ। ସେ ୨୦୧୦ ବ୍ୟାଚର ଏସଆଇ ଥିଲେ। ଦକ୍ଷିଣ କାଶ୍ମୀରର ଗାନ୍ଦରବଲରେ ସେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ୟ୍ୟାରତ ଥିଲେ। ଗତ ବର୍ଷ ତାଙ୍କର ଟ୍ରାନ୍ସଫର କୁଲଗାମ ଜିଲ୍ଲାକୁ ହୋଇଥିଲା।  ତାଙ୍କର ସିନିୟର ଅଫିସର ତାଙ୍କୁ ଜଣେ ସମର୍ପିତ ତଥା କର୍ତ୍ତବ୍ୟରତ ପୋଲିସ ଅଫିସର ରୂପେ ମନେ ପକାଉଛନ୍ତି। ପୋଲିସ ଏହାକୁ ନେଇ ମଧ୍ୟ ସନ୍ଧାନରେ ଜୁଟିଛି ଯେ ମୀର ଘରକୁ ଯାଉଥିବା ଖବର ଆତଙ୍କବାଦୀଙ୍କ ପର୍ଯ୍ୟନ୍ତ କେମିତି ପହଞ୍ଚିଲା।

ସୂଚନାଯୋଗ୍ୟ ଘାଟିରେ ଦୀର୍ଘ ସମୟ ଧରି ପୋଲିସକର୍ମୀ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛନ୍ତି। ଏପରିକି ଧମକ ମିଳିବା ପରେ ଅନେକ ପୋଲିସକର୍ମୀ ସାମାଜିକ ଗଣମାଧ୍ୟମରେ ଇସ୍ତଫା ଦେଇଥିଲେ।

By amfnews

Related Post