Tue. Mar 10th, 2026

ଲୀଳାଖେଳା ସାରି ଧରାପୃଷ୍ଠରୁ ବିଦାୟ ନେଲେ ମାଆ

152 Views

ଭୁବନେଶ୍ୱର : ଲୀଳାଖେଳା ସାରି ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମାଆ। ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଚରଣରେ ଆଜି ଭକ୍ତଙ୍କ ଗହଣରେ ବିଦାୟ ନେଉଛନ୍ତି ଜଗତଜନନୀ ମାଆ ଦୁର୍ଗା। କଟକ ସହରରେ ସମସ୍ତ ମେଢ ଦେବୀଗଡ଼ା ଘାଟରେ ବିସର୍ଜନ କରାଯାଉଛି। ମେଢ଼ ଗୁଡ଼ିକୁ କଲେଜ ଛକ, ରାଣିହାଟ, ମଙ୍ଗଳାବାଗ, ବକ୍ସିବଜାର, ଦରଘାବଜାର ଓ ଚୌଧୁରୀ ବଜାର ଦେଇ ଦେବୀଗଡ଼ା ଘାଟରେ ନିର୍ମିତ ୩ଟି ଅସ୍ଥାୟୀ ପୋଖରୀରେ ବିସର୍ଜନ ଦିଆଯାଇଛି।

ସେପଟେ ଭସାଣ ଉତ୍ସବ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ କଟକରେ ୫୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଏହାସହ ୩୦୦ ଅଫିସର, ୪ ଜଣ ଅତିରିକ୍ତ ଡିସିପି, ୨ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ, ସାଦା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମେଢ ଯିବା ରାସ୍ତାରେ ସିସିଟିଭି କ୍ୟାମେରା ଲାଗାଯାଇଛି। ଭସାଣ ଉତ୍ସବ ଶାନ୍ତିଶୃଙ୍ଖଳାରେ ସମାପ୍ତ ହୋଇଛି।ଏପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବେଶ୍ ଧୁମଧାମରେ ଚାଲିଛି ମାଆଙ୍କ ମେଲାଣି ପର୍ବ। ପୁରୁଣା ଭୁବନେଶ୍ୱରକୁ ଛାଡ଼ି ସହରର ସମସ୍ତ ମେଢ଼ ୩ଟି ସ୍ଥାନରେ ଏକତ୍ରିତ ହୋଇ ସେଠାରୁ କୁଆଖାଇ ଓ ଦୟୀ ନଦୀ ଅଭିମୁଖେ ଶୋଭାଯାତ୍ରା କରିଛନ୍ତି। ସେଠାରେ ହୋଇଥିବା ଅସ୍ଥାୟୀ ପୋଖରୀରେ ମାଆଙ୍କ ମୂର୍ତ୍ତି ବିସର୍ଜନ କରାଯାଉଛି। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

By amfnews

Related Post