Sat. Mar 7th, 2026

ଲାଲ ସୁଟକେଶରୁ ମିଳିଲା ଦଶ ବର୍ଷୀୟ ନାବାଳକର ଶବ

250 Views

ମୁମ୍ବାଇ: ସାକିନାକା ପୁଲିସ ଦୁଇ ଦିନ ପୂର୍ବେ ଯେଉଁ ଦଶ ବର୍ଷୀୟ ନାବାଳକର ନିରୁଦ୍ଦିଷ୍ଟ ମାମଲା ରୁଜ୍ଜୁ କରିଥିଲା। ତା’ର ଶବ ଏକ ନାଳରୁ ମିଳିଥିବା ସୁଟକେଶରୁ ମିଳିଛି। ଏହି ଖବର ପ୍ରଚାରିତ ହେବା ପରେ ସେ ଅଞ୍ଚଳର ଚାଞ୍ଚଲ୍ୟ ସୃଷ୍ଟି ଖେଳିଯାଉଛି।
ତେବେ ଏହି ନାବାଳକକୁ କିଏ ହତ୍ୟା କରିଛି,ତା’ର ସୁରାକ୍‌ ମିଳିଥିଲା ବୋଲି ପୁଲିସ କହିଛି। ମୃତକର ପରିବାର ନିକଟକୁ ଏକ ଫୋନ୍‌ କଲ୍‌ ଆସିଥିଲା କି ନାବାଳକୁ ଉଦ୍ଧାର କରିବା ପାଇଁ ୫ ଲକ୍ଷ ଟଙ୍କା ଦିଅ। ପୁଲିସ ଏବେ ସେହି ଫୋନ୍‌ କଲ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ପୁଲିସ ସମସ୍ତ ପ୍ରସ୍ତାବିତ ଦିଗ ଓ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍‌ ର ମଧ୍ୟ ଯାଞ୍ଚ କରିଥିଲା। ପୁଲିସ ସେହି ଯାଞ୍ଚ ସମୟରେ ଜଣେ ୧୫ ବର୍ଷୀୟ ନାବାଳକୁ ଗିରଫ କରିଛି।

ପଚରାଉଚୁରା ବେଳେ ସେହି ୧୫ ବର୍ଷୀୟ ନାବାଳକ ସ୍ୱୀକାର କରିଛି ଯେ ସେ ହିଁ ପିଲାଟିକୁ ମାରି ଏକ ଲାଲ ରଙ୍ଗର ସୁଟକେଶରେ ଭର୍ତ୍ତି କରି ଭସାଇ ଦେଇଥିଲା। ଶାରୀରିକ ସଂପର୍କ ପାଇଁ ଅଭିଯୁକ୍ତ ନାବାଳକ ଏଭଳି ବର୍ବର କାଣ୍ଡ ଘଟାଇଥିବା ଜଣାଯାଇଛି।

By amfnews

Related Post