115 Views
ଦାନ୍ତେୱାଡା, ନଭେମ୍ବର ୦୩: ଲାଲଗଡରେ ଲାଲବାହିନୀକୁ ବିରୋଧ । ଛତିଶଗଡ ଦାନ୍ତେୱାଡା ଏଲକାନୁରରେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିବା ଦୂରଦର୍ଶନ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ପୋଷ୍ଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛି ସ୍ଥାନୀୟ ଏକ ସଙ୍ଗଠନ । ଏପରି କି ମାଓବାଦୀମାନେ ଏହି କାଣ୍ଡ ଜାଣିଶୁଣି ଭିଆଇଥିବା ପୋଷ୍ଟରରେ ଅଭିଯୋଗ ହୋଇଛି ।
ସୂଚନା ମୁତାବକ, ଆଜି ଦାନ୍ତେୱାଡାର ବିଭିନ୍ନ ଅଂଚଳରେ ମାଓବିରୋଧୀ ପୋଷ୍ଟର ଦେଖିବାକୁ ମିଳିଛି । ଏଥିରେ ଗଣମାଧ୍ୟମକୁ ମାଓବାଦୀଙ୍କ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଛି । ଏହା ସହ ମାଓ ସଂଗଠନ ଜାଣିଶୁଣି ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଷ୍ଟରରେ ଏହି ଘଟଣାକୁ ନିନ୍ଦା କରିବା ସହ ସହିଦ ଅଚ୍ୟୁତାନନ୍ଦ ଅମର ରହେ ବୋଲି ଉଲ୍ଲେଖ କରାଯାଇଛି ।
ସୂଚନାଯୋଗ୍ୟ କି, ଗତ ୩୦ ତାରିଖରେ ଦାନ୍ତେୱାଡା ଜିଲ୍ଲା ଆରନପୁର ଅଂଚଳକୁ ଦୂରଦର୍ଶନର ଏକ ଟିମ୍ ଖବର ସଂଗ୍ରହ ପାଇଁ ଯାଇଥିଲା । ସେହି ସମୟରେ ମାଓବାଦୀମାନେ ଟିମ୍ ଉପରକୁ ଆକ୍ରମଣ କରିଥିଲେ । ଏଥିରେ ଡିଡି ନ୍ୟୁଜର ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ସମେତ ଦୁଇ ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ । ତେବେ ମାଓ ସଂଗଠନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଜାଣିଶୁଣି ଅଚ୍ୟୁତାନନ୍ଦଙ୍କୁ ହତ୍ୟା କରାଯାଇ ନଥିବା ଗତକାଲି ସଫେଇ ଦେଇଥିଲା ।