Sun. Mar 8th, 2026

ଲାଡେନ୍‌ ହତ୍ୟା ମାମଲା: ଧରାପଡ଼ିଲା ରାକୁ

270 Views

ଖଣ୍ଡଗିରି : ୧୧ ମାସରେ ପରେ ଜଟଣୀ ଥାନା ଯାଁଳା ଫାଣ୍ଡି ପୁଲିସ ଚନ୍ଦନ ନାଏକ ଓରଫ୍‌ ଲାଡେନ୍‌ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାକୁ ଜେନା(୨୫)କୁ ଗିରଫ କରିଛି। ସୋମବାର ରାତିରେ ପୁଲିସ ତାକୁ ତମାଣ୍ଡୋ ଥାନା ନଁପୁଟ ଗାଁରୁ ଗିରଫ କରିଛି। ତା ସହିତ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିବା ସନ୍ତୋଷ ନାୟକ(୨୪)କୁ ମଧ୍ୟ ପୁଲିସ ଗିରଫ କରିଛି। ମଙ୍ଗଳବାର ପୁଲିସ ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି।

ସୂଚନାନୁସାରେ ଏୟାର୍‌ଫିଲ୍‌ଡ ଥାନା ବ୍ରହ୍ମକୁଣ୍ଡଳ ଗାଁର ରାକୁ ଓ ନଁପୁଟର ସନ୍ତୋଷ ନାୟକ ମିଶି ୧୬ ନମ୍ବର ଜାତୀୟ ରାଜପଥ ରେତଙ୍ଗ ଷ୍ଟେସନ୍‌ ଛକରେ ଏକ ପାନ ଦୋକାନ କରିଥିଲେ। ବରମୁଣ୍ଡା ଦଳିତ ସାହିର ଚନ୍ଦନ ନାଏକ(୩୫) ସେହି ଅଞ୍ଚଳର ଏକ ନିର୍ମାଣାଧୀନ ଘରର ଜଗୁଆଳିଭାବେ କାମ କରୁଥିଲା। ୨୦୧୭ ସେପ୍ଟେମ୍ବର ୨୬ ତାରିଖ ମଙ୍ଗଳବାର ରାତିରେ କୌଣସି କାରଣରୁ ରାକୁ ସହ ତାର ମାର୍‌ପିଟ୍‌ ହୋଇଥିଲା। ପରେ ରାକୁ ତାର କିଛି ସହଯୋଗୀଙ୍କୁ ଧରି ସେଠାରେ ପହଞ୍ଚିଥିଲା ଓ ସେମାନେ ମିଳିତଭାବେ ଲାଡେନ୍‌କୁ ଆକ୍ରମଣ କରିଥିଲେ। ଏଥିରେ ଲଡେନ୍‌ର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ରାକୁ ରାଜ୍ୟ ବାହାରକୁ ଚାଲି ଯାଇଥିଲା। ଉଚ୍ଚ ନ୍ୟାୟାଳୟରୁ ଜାମିନ୍‌ ପାଇଁ ସେ ମାମୁଁ ଘରକୁ ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରିଥିଲା।

By amfnews

Related Post