Sat. Mar 7th, 2026

ଲାଞ୍ଚ ନେବା ବେଳେ ଧରାପଡ଼ିଲେ‘ବେଷ୍ଟ୍‍ କନେଷ୍ଟବଲ୍‌ ଆଓ୍ଵାର୍ଡ’ ପ୍ରାପ୍ତ ପୁଲିସ

266 Views

ମେହବୁବ ନଗର  :   ସ୍ୱାଧୀନତା ଦିବସରେ ‘ବେଷ୍ଟ୍‍ କନେଷ୍ଟବଲ୍‌ ଆଓ୍ଵାର୍ଡ’ ପାଇଥିବା ଜଣେ ତେଲେଙ୍ଗାନା ପୁଲିସ ତା’ର ଦିନକ ପରେ ୧୭୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।

ତ୍ୟାଗ ଏବଂ କଠୋର ପରିଶ୍ରମକୁ ସମ୍ମାନ ଦେଇ ଅଗଷ୍ଟ ୧୫ ତାରିଖ ଦିନ ତେଲେଙ୍ଗାନା ସରକାର କନେଷ୍ଟବଳ ପାଲେ ତିରୁପତି ରେଡ୍ଡୀଙ୍କୁ ‘ବେଷ୍ଟ୍‍ କନେଷ୍ଟବଳ ଆଓ୍ଵାର୍ଡ’ ପ୍ରଦାନ କରିଥିଲେ। କିନ୍ତୁ ଦିନକ ପରେ କନେଷ୍ଟବଳ ରେଡ୍ଡୀ ଜଣେ ବ୍ୟକ୍ତିଙ୍କୁ ହଇରାଣ ହରକତ କରି ୧୭, ୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଣ୍ଟି-କରପ୍‌ସନ୍‌ ବ୍ୟୁରୋ ଜାଲରେ ଧରାପଡ଼ିଛନ୍ତି।

ଲାଞ୍ଚ ଗ୍ରହଣ କରୁଥିବା ସମୟରେ କନେଷ୍ଟବଳ ରେଡ୍ଡୀ ତେଲେଙ୍ଗାନା ଜିଲ୍ଲାର ମେହବୁବ ନଗର ଅନ୍ତର୍ଗତ ଆଇ-ଟାଉନ ଥାନାରେ ନିଯୁକ୍ତ ହୋଇଥିଲେ। ଅଭିଯୋଗ ହେଉଛି କି, ସେ ଏମ୍‌ ରମେଶ ନାମକ ଜଣେ ବ୍ୟକ୍ତିଙ୍କୁ ବର୍ଷେ ହେବ ହଇରାଣ କରି ଲାଞ୍ଚ ନ ଦେଲେ ତାଙ୍କର ଟ୍ରାକ୍ଟର୍‌ ବ୍ୟାଜ୍ଜାପ୍ତି କରିନେବ ବୋଲି ଧମକ ଦେଉଥିଲେ।

ଏଥିରେ ଅସ୍ଥିର ହୋଇ ରମେଶ ଏସିବିରେ ପହଞ୍ଚି କନେଷ୍ଟବଳ ରେଡ୍ଡୀଙ୍କ ନାମରେ ଅଭିଯୋଗ କରିଥିଲେ। ଏସିବିଙ୍କ ସହଯୋଗରେ ଶୁକ୍ରବାର ସନ୍ଧ୍ୟା ପାଞ୍ଚଟା ସମୟରେ ସେ ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଧରାପଡ଼ିଥିଲେ। କନେଷ୍ଟବଳ ରେଡ୍ଡୀଙ୍କ ପ୍ୟାଣ୍ଟ୍‌ର ପଛ ପକେଟରୁ ଏସିବି ଲାଞ୍ଚ ଅର୍ଥ ଉଦ୍ଧାର କରିବା ସହ ତାଙ୍କୁ ଗିରଫ କରି ସ୍ପେସାଲ୍‌ କୋର୍ଟରେ ହାଜର କରାଇଥିଲେ।

By amfnews

Related Post