Sun. Mar 8th, 2026

ଲହଣ୍ଡାବୁଡ଼ ଲେବଲ୍‌ କ୍ରସିଙ୍ଗ୍‌ ଠାରେ କୋଇଲା ଗାଡ଼ି ଲାଇନ୍‌ଚ୍ୟୁତ

193 Views

ଝାରସୁଗୁଡ଼ା  : ମଙ୍ଗଳବାର ସକାଳେ ଝାରସୁଗୁଡ଼ା ନିକଟବର୍ତ୍ତୀ ଲହଣ୍ଡାବୁଡ଼ ଲେବଲ୍‌ କ୍ରସିଙ୍ଗ୍‌ ଠାରେ ଗୋଟାଏ କୋଇଲା ଗାଡ଼ି ଧାରଣାଚ୍ୟୁତ ହୋଇ ଅଟକି ରହିଛି। ବସୁନ୍ଧରା କୋଇଲା ଖଣିରୁ ମାଲଗାଡ଼ିଟି କୋଇଲା ବୋଝେଇ କରି ଝାରସୁଗୁଡ଼ାକୁ ଆସୁଥିବା ବେଳେ ଲାଇନ୍‌ ଦବି ଯିବା କାରଣରୁ ତିନୋଟି ବଗି ଧାରଣାରୁ ଖସି ଯାଇଥିଲା।

କୋଇଲା ପରିବହନ ପାଇଁ ଝାରସୁଗୁଡ଼ା ଠାରୁ ସବଡେଗାକୁ ଏହି ଲାଇନ୍‌ ନିର୍ମାଣ କରାଯାଇଛି। ଏହା ଦବିଯିବା ଯୋଗୁଁ ଇଞ୍ଜିନ୍‌ ପଛକୁ ଥିବା ଗୋଟିଏ ଡବା ପ୍ରଥମେ ଧାରଣରୁ ଖସି ଯିବା ପରେ ଏହା ପଛରେ ଥିବା ଆଉ ତିନୋଟି ଧାରଣାରୁ ବାହାରି ଯାଇଥିଲା। ଘଟଣାସ୍ଥଳରେ ରେଳବାଇ ଯନ୍ତ୍ରୀ ଏବଂ କର୍ମଚାରୀମାନେ ପହଞ୍ଚି ମରାମତି କାର୍ଯ୍ୟ ଚଳାଇଛନ୍ତି।

By amfnews

Related Post