Tue. Dec 24th, 2024

ଲଦ୍ଦାଖର ପୋଙ୍ଗୋଙ୍ଗ ସୋ ଝିଲ ନିକଟରେ ପୁଣି ମୁହାଁମୁହିଁ ହେଲେ ଭାରତ ଓ ଚୀନ ସୈନିକ?

By amfnews Sep 8, 2020 #Featured
119 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮ : ଭାରତ ଓ ଚୀନ ସୀମାକୁ ନେଇ ଉତ୍ତେଜନା କମ ହେଉ ନାହିଁ । ସୋମବାର ବିଳମ୍ବିତ ରାତି ଚୀନ ଭାରତୀୟ ସୈନିକଙ୍କ ଉପରେ ସୀମା ଅତିକ୍ରମ କରିବା ଏବଂ ଗୁଳିମାଡ଼ କରିବା ଅଭିଯୋଗ ଆଣିଛି । କୁହାଯାଉଛି ଯେ, ସଦ୍ୟତମ ଲଢ଼େଇ ଲଦ୍ଦାଖର ପୋଙ୍ଗୋଙ୍ଗ ସେ ହ୍ରଦର ଦକ୍ଷିଣ ପାଶ୍ୱର୍ରେସ୍ଥିତ ଏକ ପାହାଡ଼ରେ ହୋଇଛି ।

ଚୀନର ଖବରକାଗଜ ଗ୍ଲୋବାଲ ଟାଇମ୍ସ ଚୀନ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡରର ମୁଖପାତ୍ର କହିଛନ୍ତି ପୋଙ୍ଗୋଙ୍ଗ ସୋ ନିକଟରେ ମୁହାଁମୁହିଁ ହୋଇଛି । ଖବରକାଗଜ ଲେଖିଛି ଯେ, ଭାରତୀୟ ସେନା ପୋଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାଶ୍ୱର୍ରେ ଥିବା ଶେନପାଓର ପାହାଡ଼ରେ ଏଲଓସି ଅତିକ୍ରମ କରିଛି । ଖବରକାଗଜ ଲେଖିଛି ଯେ, ଭାରତୀୟ ସେନା ଆଲୋଚନା କରୁଛି ପିଏଲଏର ସୀମା ପେଟ୍ରୋଲିଂ ସହିତ ଜଡ଼ିତ ସୈନିକଙ୍କ ଉପରକୁ ସର୍ଟ ଫାୟାର କରିଛି, ଏହାପରେ ଚୀନ ସୈନିକଙ୍କୁ ମଧ୍ୟ ପଦକ୍ଷେପ ନେବାକୁ ପଡିଛି ।

ଅନ୍ୟପଟରେ ପିଏଲର ପଶ୍ଚିମ ଥିଏଟର କମାଣ୍ଡରର ମୁଖପାତ୍ର ଝୋଙ୍ଗ ଶୁଇ ଭାରତ ଉପରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଭାରତୀୟ ପକ୍ଷ ଦ୍ୱିପାକ୍ଷୀକ ବୁଝାମଣାର ଉଲ୍ଲଂଘନ କରିଛି । ଏହା ଦ୍ୱାରା ଲଦ୍ଦାଖରେ ଉତ୍ତେଜନା ଓ ଅଶାନ୍ତି ବଢ଼ିବାରେ ଲାଗିଛି । ଝୋଙ୍ଗ କହିଛନ୍ତି ଯେ, ଆମେ ଭାରତୀୟ ପକ୍ଷଙ୍କ ନିକଟରେ ଦାବି କରୁଛୁ ଯେ, ବିପଦପୂର୍ଣ୍ଣ ପଦକ୍ଷେପଙ୍କୁ ନିୟନ୍ତ୍ରଣ କରାଯାଉ ଏବଂ ଗୁଳିକରିଥିବା ବ୍ୟକ୍ତିଙ୍କୁ ଦଣ୍ଡ ମିଳୁ । ଏଥି ସହିତ ଭାରତ ଏହା ମଧ୍ୟ ସୁନିଶ୍ଚିତ କରୁ ଯେ, ଦ୍ୱିତୀୟ ଥର ଯେଭଳି ଘଟଣାର ପୁନଃରାବୃତ୍ତି ନହେବ । ପିଏଲଏର ପଶ୍ଚିମ କମାଣ୍ଡରର ସୈନିକ ନିଜର କର୍ତ୍ତବ୍ୟର ପାଳନ କରିବେ ଏବଂ ରାଷ୍ଟ୍ରର ଆଂଚଳିକ ସୁରକ୍ଷା କରିବେ ।

By amfnews

Related Post