Fri. Jan 24th, 2025

ଲଦ୍ଦାଖରେ ଚୀନ ବଳପୂର୍ବକ ପରିବର୍ତ୍ତନ ଲାଗି କରିଥିଲା ଉଦ୍ୟମ, ଭାରତ ଦେଇଥିଲା ଜବାବ

By amfnews Jan 6, 2021 #Featured
146 Views

ନୂଆଦିଲ୍ଲୀ, ଜାନୁଆରୀ ୦୬ : ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ର ଏକାଧିକ ଅଂଚଳରେ ଯଥାସ୍ଥିତିକୁ ବଳପୂର୍ବକ ଭାବେ ପରିବର୍ତ୍ତନ କରିବାକୁ ଚୀନ ସେନା ଏକତରଫା ଓ ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନକୁ ଭାରତୀୟ ସୈନିକମାନେ ଜବାବ ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ନିଜର ବାର୍ଷିକ ରିପୋର୍ଟରେ ଏହା କହିଛି । ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ ସୈନିକ, ଚୀନ ସୈନ୍ୟ ବଳର କୌଣସି ଦୁଃସାହସକୁ ଜବାବ ଦେବାରେ ପଛଘୁଂଚା ଦେଇନାହିଁ । ଭାରତୀୟ ସୈନିକ ଯେକୌଣସି ଆକସ୍ମିକ ସ୍ଥିତି ଲାଗି ପ୍ରସ୍ତୁତ ଅଛନ୍ତି ଏବଂ ସହଜରେ ଏହାର ସମାଧାନ ପାଇଁ ଆଲୋଚନା ଲାଗି ମଧ୍ୟ ଆଗକୁ ବଢ଼ିଛି । 

ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ଚୀନ ପକ୍ଷରୁ ବହୁ ସଂଖ୍ୟାରେ ସୈନିକ ନିହତ ହୋଇଥିଲେ । ଗଲୱାନ ଘାଟୀରେ ୨୦୨୦ ଜୁନ ୧୫ରେ ଉଭୟ ଦେଶର ସେନା ମଧ୍ୟରେ ମୁହାଁମୁହିଁ ହୋଇଥିଲା, ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ । 

ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ, ବାସ୍ତବିକ ନିୟନ୍ତ୍ରଣ ରେଖା ଉପରେ ଏକ ଅଧିକ କ୍ଷେତ୍ରରେ ଯଥାସ୍ଥିତିକୁ ବଳପୂର୍ବକ ବଦଳାଇବାରେ ଚୀନର ଏକତରଫା କାମକୁ ଭାରତୀୟ ସେନା କଡ଼ା ଜବାବ ଦେଇଛି । ଏହା ଦ୍ୱାରା ପୂର୍ବ ଲଦ୍ଦାଖରେ ଭାରତର ଗୌରବ ପୂର୍ବ ଭଳି ଜାରି ରହିଛି । ଭାରତୀୟ ସେନା ଉଭୟ ଦେଶ ମଧ୍ୟରେ ସମସ୍ତ ନିୟମ ଓ ସର୍ତ୍ତକୁ ପାଳନ କରିଛି । କିନ୍ତୁ ପିଏଲଏ ଅପରଂପରାଗତ ଅସ୍ତ୍ର ବ୍ୟବହାର କରିଛି ।  

By amfnews

Related Post