Fri. Jan 10th, 2025

ଲଦାଖରେ ପ୍ରବଳ ଥଣ୍ଡାକୁ ଫିକା ପକାଇ ଦେଇଛି ଅଂଚଳବାସୀଙ୍କ ଭଲପାଇବା- ନରେନ୍ଦ୍ର ମୋଦୀ

By amfnews Feb 3, 2019 #Featured
256 Views

ଶ୍ରୀନଗର, ଫେବୃଆରୀ ୦୩ : ଆଜି ଏଠାରେ ମୁଁ ଶିଳାନ୍ୟାସ କରିଛି । ଲୋକଙ୍କ ଆଶୀର୍ବାଦ ମିଳିଲେ ଏହି ପ୍ରକଳ୍ପକୁ ଉଦଘାଟନ କରିବାକୁ ଆସିବି । ଲଦାଖରେ ବିମାନ ବନ୍ଦର ଟର୍ମିନାଲର ନୂତନ ଗୃହ ଶିଳାନ୍ୟାସରେ ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀନଗର ଗସ୍ତ କରିଛନ୍ତି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ମୋଦୀଙ୍କ ଏହି ସମ୍ବେଦନଶୀଳ ଗସ୍ତ ସମୟରେ ଆତଙ୍କବାଦୀ ଘଟଣା ଯେଭଳି ନଘଟିବ ଏଥି ପାଇଁ ସେନା ନଜର ରଖିଛି । ସମ୍ବେଦନଶୀଳ ସ୍ଥାନରେ ତଲାସି ଅଭିଯାନ ଜାରି ରହିଛି ।

ମୋଦୀ ଲଦାଖୀ ଭାଷାରେ ନିଜ ଭାଷଣ ଆରମ୍ଭ କରିଥିଲେ । ସେ କହିଥିଲେ କି ଲଦାଖର ଏହି ପ୍ରବଳ ଥଣ୍ଡା ସମୟରେ ଏଠାକୁ ପ୍ରଥମ ଥର ପାଇଁ ଆସିଛନ୍ତି  । କିନ୍ତୁ ଲୋକଙ୍କ ସ୍ନେହକୁ ଦେଖି ଏଠାରେ ଗରମ ଲାଗୁଛି । କୌଣସୀ ଥଣ୍ଡାର ପ୍ରଭାବ ଦେଖାଯାଉ ନାହିଁ ।

ପ୍ରଧାନମନ୍ତ୍ରୀ କୁଶୋକ ବକୁଲା ରିମପୋଚୀରେ ବିମାନବନ୍ଦରର ନୂତନ ଟର୍ମିନାଲର ଶିଳାନ୍ୟାସ କରିଥିଲେ । ୧୮,୯୮୫ ବର୍ଗ ମିଟରରେ ତିଆରି ହୋଇଥିବା ଏହି ଟର୍ମିନାଲ ଏକ ଅତ୍ୟାଧୁନିକ ଟର୍ମିନାଲ । ଏହାସହ ସେଠାରେ ପର୍ଯ୍ୟଟକ ଏବଂ ଟ୍ରେକିଙ୍ଗ ମାର୍ଗର ଶୁଭାରମ୍ଭ ହୋଇଛି । ଫଳରେ ଲଦାଖରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଘଟିବ । ନୂତନ ରୋଜଗାର ମଧ୍ୟ ସୃଷ୍ଟି ହେବ । ଏହି ସମୟରେ ଜମ୍ମୁ-କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ ମଧ୍ୟ ଉପସ୍ଥିତ ଥିଲେ । ମୋଦୀ ଲଦାଖର ବେଶଭୂଷାରେ ମଂଚ ଉପରକୁ ଯାଇଥିଲେ । ସେଠାରେ ଲଦାଖବାସୀ ମୋଦୀଙ୍କୁ ତାଳିମାରି ସ୍ୱାଗତ କରିଥିଲେ ।

Embedded video

ANI

@ANI

: Prime Minister Narendra Modi meets locals in Leh. PM will lay foundation stone of new terminal building of the Airport in Leh, later today.

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମୋଦୀ ଲେହ ଏବଂ ଜମ୍ମୁରେ ଉପସ୍ଥିତ ରହିବା ପରେ ଅପରାହ୍ନରେ ଶ୍ରୀନଗରସ୍ଥିତ ଶେର-ଏ-କଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଅପରାହ୍ନ ୨ଟା ୫୫ ମିନିଟରେ ପହଂଚିବେ । ସେଠାରେ ସେ ବାନ୍ଦିପୁରା ରୁରଲ ବିପିଓକୁ ଉଦଘାଟନ କରିବା ପରେ ୫୪ ମେଡିକାଲ କଲେଜ, ୧୧ ପ୍ରଫେସନାଲ କଲେଜ, ମହିଳା ବିଶ୍ୱବିଦ୍ୟାଳୟ, ଏମ୍ସ ଅବନ୍ତୀପୁରା ପୁଲବାମାର ଶିଳାନ୍ୟାସ କରିବେ । ଏଥି ସହିତ ମୋଦୀ ରାଜ୍ୟର ବିକାଶ ପାଇଁ ଆହୁରି କିଛି ଘୋଷଣା କରି ପାରନ୍ତି ।

By amfnews

Related Post