Mon. Dec 23rd, 2024

ଲଣ୍ଡନ ବ୍ରିଜର ଆତଙ୍କବାଦୀ ଆକ୍ରମଣକାରୀ ପାକିସ୍ତାନ ବଂଶୋଦ୍ଭବ

By amfnews Nov 30, 2019 #Featured
147 Views

ଲଣ୍ଡନ: ଶୁକ୍ରବାର ଲଣ୍ଡନ ବ୍ରିଜରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଉସମାନ ଖାନ(୨୮) ନିହତ ହୋଇଛି। ପୁଲିସ ଗୁଳିରେ ଉସମାନର ମୃତ୍ୟୁ ଘଟିଛି। ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଅନେକ ମଧ୍ୟ ଏବେ ବି ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

୨୦୧୨ ମସିହାରେ ଏକ ହତ୍ୟା ମାମଲାରେ ଉସମାନ ଦୋଷୀ ସାବ୍ୟସ୍ତ ହୋଇଥିଲା। ଏହାପରେ ସେ ଗତ ଡିସେମ୍ୱରରେ ଜେଲରୁ ମୁକୁଳିଥିଲା। ଉସମାନ ବ୍ରିଟେନରେ ଜନ୍ମଗ୍ରହଣଣ କରିଥିଲା। ହେଲେ ସେ ପାକିସ୍ତାନ ବଂଶୋଦ୍ଭବ ବୋଲି ପାକିସ୍ତାନର ଡନ୍ ନ୍ୟୁଜ୍ କହିଛି।

ଏବେ ଲଣ୍ଡନ ବ୍ରିଜ ନିକଟରେ ଥିବା ସ୍ଥାନୀୟ ଅଞ୍ଚଳରେ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଚାଲିଛି। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ରିଟିଶ ଟ୍ରାନ୍ସପୋର୍ଟ ପୁଲିସ ଲଣ୍ଡନ ବ୍ରିଜ ଷ୍ଟେସନକୁ ବନ୍ଦ ରଖିଛି। ଏମିତିକି କୌଣସି ଟ୍ରେନ ଏହି ଷ୍ଟେସନରେ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରହିବେ ନାହିଁ।

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନ ୨ଟାରେ ଲଣ୍ଡନ ବ୍ରିଜ ନିକଟରେ ଉସମାନ ଖାନ୍ ଛୁରୀ ଧରି ଲୋକଙ୍କ ଉପରେ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଅନେକ ଆହତ ହୋଇଥିଲେ। ପୁଲିସ ମଧ୍ୟ ଆକ୍ରମଣକାରୀକୁ ରୋକିବାକୁ ଯାଇ ଗୁଳି ଚଳାଇଥିଲା ଫଳରେ ଉସମାନ ଖାନର ମୃତ୍ୟୁ ଘଟିଛି।

ଏହା ପୂର୍ବରୁ ଜୁନ୍ ୨୦୧୭ରେ ଆଇଏସଆଇଏସ ଆତଙ୍କବାଦୀ ଲଣ୍ଡନ ବ୍ରିଜରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ଘଟିଥିଲା।

By amfnews

Related Post