Tue. Mar 18th, 2025

ଲଜ୍ଜା: ବୋହୂକୁ ଉଲଗ୍ନ କରି ନିସ୍ତୁକ ପିଟିଲା କାମାନ୍ଧ ଶ୍ବଶୁର

By amfnews Jan 19, 2019 #Featured
204 Views

ଜଳେଶ୍ବର/ଓଲମରା, ଜାନୁଆରୀ ୧୯ : ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ରାଇବଣିଆ ଥାନା ଶ୍ରୀରାମପୁର ପଞ୍ଚାୟତର ଶ୍ରୀକଣ୍ଠପୁର ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ନିଜ ଝିଅ ବୟସର ବୋହୂକୁ ଜଣେ କାମାନ୍ଧ ଶ୍ବଶୁର ବାରମ୍ବାର ଦୁଷ୍କର୍ମ କରିବା ସହ ଏଥିରେ ଆପତ୍ତି କଲେ ତାଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ପିଟିବା ଭିଡିଓ ଭାଇରାଲ ହେବାରୁ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଏପରି ଗୁରୁତର ଅଭିଯୋଗ ଆଣିଥିବା ମହିଳାଙ୍କ ସ୍ବାମୀ ନିରୀହ ପ୍ରକୃତିର ହୋଇଥିବାରୁ ଏହାର ସୁଯୋଗ ନେଇ ବର୍ଷ ବର୍ଷ ଧରି କାମାନ୍ଧ ଶ୍ବଶୁର ତାଙ୍କୁ ଶାରୀରିକ ନିର୍ଯାତନା ଦେଇଆସୁଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।
ବିବରଣୀରୁ ପ୍ରକାଶ, ଯେ ସୁମତି(ଛଦ୍ମନାମ-୩୦) ନାମକ ଏହି ମହିଳାଙ୍କର ପ୍ରାୟ ୮ ବର୍ଷ ତଳେ ଉକ୍ତ ଗଁାର ନବକିଶୋର(ଛଦ୍ମନାମ)ଙ୍କ ସହ ବିବାହ ହୋଇଥିଲା। ତେବେ ନବକିଶୋର ସାମାନ୍ୟ ମାନସିକ ଅନଗ୍ରସର ହୋଇଥିବାରୁ ଏହାର ସୁଯୋଗ ନେଇ ଶ୍ବଶୁର ବିଭିନ୍ନ ସମୟରେ ବୋହୂ ସୁମତିକୁ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥାନ୍ତି। ଏହାର ପ୍ରତିବାଦ କଲେ ତାଙ୍କୁ ଶ୍ବଶୁର ମାଡ଼ମାରିବା ସହ ଜୋର କରି ଦୁଷ୍କର୍ମ କରିଥାନ୍ତି। କେବଳ ଶ୍ବଶୁର ନୁହନ୍ତି ଶାଶୂ ମଧ୍ୟ ବୋହୂକୁ ଅଧିକ ଯୌତୁକ ଦାବିକରି ନିର୍ଯାତନା ଦେବା ସହ ଖାଇବାକୁ ଦେଇନଥାନ୍ତି। ଅନେକ ସମୟରେ ଏଥିପାଇଁ ବୋହୂ ସୁମତିକୁ ଭିଖ ମାଗି ଚଳିବାକୁ ପଡ଼େ। ତେବେ ଗତ ୧୫ ତାରିଖରେ ଗାଁଦାଣ୍ଡରେ ନିଜ ସ୍ବାମୀଙ୍କ ସମ୍ମୁଖରେ ଶ୍ବଶୁର ତାଙ୍କୁ ନିସ୍ତୁକ ମାଡ଼ମାରି ଉଲଗ୍ନ କରି ପକାଇଥିଲେ।

ପ୍ରାଣ ବିକଳରେ ସେ ନିଜ ଦୁଇ ଛୁଆଙ୍କୁ ଧରି ଗାଁ ଠାରୁ ୩ କିମି ରାସ୍ତା ଦୌଡ଼ିଦୌଡି ପଳାଇଥିଲେ। ମାତ୍ର ତାଙ୍କ ଖୁଡୁତାଶୁର ତାଙ୍କୁ ରାସ୍ତାରୁ ଘରକୁ ଫେରାଇ ନେଇଥିଲେ। ତେବେ ଘରେ ପହଞ୍ଚିବା ପରେ ଶ୍ବଶୁର ପୁଣି ଏକ ଘର ଭିତରକୁ ନେଇ ଭିତର ପଟୁ କବାଟ ବନ୍ଦ କରି ତାଙ୍କୁ ଅତି ନିର୍ମମ ଭାବେ ବାଡ଼େଇ ଥିଲେ। ଏହି ଘଟଣାରେ ସୁମତି ନ୍ୟାୟ ପାଇଁ ଜଳେଶ୍ବର ଏସ୍‌ଡିପିଓ ରାମଚନ୍ଦ୍ର ଗୌଡୁଙ୍କଠାରେ ଗୁହାରି କରିଥିଲେ। ଏସଡିପିଓ ତାଙ୍କୁ ଜଳେଶ୍ବର ଥାନାକୁ ଯାଇ ଅଭିଯୋଗ କରିବାକୁ କହଥିଲେ ମଧ୍ୟ ଏହି ରିପୋର୍ଟ ଲେଖା ହେବା ଯାଏଁ ଜଳେଶ୍ବର କିମ୍ବା ମହିଳାଙ୍କ ନିଜ ଥାନା ରାଇବଣିଆରେ କୌଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି। ଏ ନେଇ ଏସ୍‌ଡିପିଓ ଶ୍ରୀ ଗୌଡୁଙ୍କ ସହ ଯୋଗାଯୋଗ କଲାରୁ ସେ କହିଛନ୍ତି ଯେ ମହିଳା ଜଣକ ଲିଖିତ ଅଭିଯୋଗ କରିବା ପରେ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ।

By amfnews

Related Post