Wed. Mar 12th, 2025

ଲଜ୍ଜା: ଦିବ୍ୟାଙ୍ଗ ମହିଳାଙ୍କ ସହ ଗଣ ଦୁଷ୍କର୍ମ

By amfnews Aug 28, 2019 #Featured
139 Views

ରାୟପୁର : ଛତିଶଗଡ଼ ବିଳାସପୁରରେ ସବୁ ସୀମା ଟପିଛନ୍ତି ଯୌନ ପିପାସୁ। ଜଣେ ୨୨ ବର୍ଷୀୟ ମୂକ-ବଧିର ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ୫ ଜଣ ଯୁବକ। ସେମାନଙ୍କୁ ପୁଲିସ ଚିହ୍ନଟ କରି ଗିରଫ କରିଛି। ମଙ୍ଗଳବାର ବିଳାସପୁର ପୁଲିସ ଏହି ଲଜ୍ଜାକର ଘଟଣା ବାବଦରେ ସୂଚନା ଦେଇଛି।

ଅଗଷ୍ଟ ୨୫ ତାରିଖ ରାତିରେ ବିଳାସପୁର ଜିଲ୍ଲାରେ ଥିବା ମରଓ୍ୱାହି ପୁଲିସ ଷ୍ଟେସନ ନିକଟରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଷ୍ଟେସନ ହାଉସ ଅଫିସର(ଏସଏଚଓ) ପ୍ରଦୀପ ଆର୍ଯ୍ୟା ଆଜି ଏହି ସୂଚନା ଦେଇଛନ୍ତି। ଦିବ୍ୟାଙ୍ଗ ମହିଳା ଜଣଙ୍କ ବଜାରରୁ ଘରକୁ ଫେରିବା ବେଳେ ବାଟରେ ଜୋର ଜବରଦସ୍ତି ଏକ ମୋଟର ସାଇକେଲରେ ତାଙ୍କୁ ବସାଇ ଏକ ଅନ୍ଧାରୁଆ ସ୍ଥାନକୁ ନେଇଯାଇଥିଲେ ୫ ଜଣ ଯୁବକ। ସେଠାରେ ସେମାନେ ଗଣ ଦୁଷ୍କର୍ମ କରି ଚମ୍ପଟ ମାରିଥିଲେ।

ଦିବ୍ୟାଙ୍ଗ ମହିଳା ଜଣଙ୍କ ନିଜ ଘରକୁ ଫେରି ସମସ୍ତ ଘଟଣା ବାବଦରେ ପରିବାର ଲୋକଙ୍କ ଆଗରେ ବର୍ଣ୍ଣନା କରିଥିଲେ। ଏହାପରେ ପରିବାର ଲୋକେ ମରଓ୍ୱାହି ପୁଲିସ ଷ୍ଟେସନରେ ଏନେଇ ଏତଲା ଦେଇଥିଲେ। ପୁଲିସ ତଦନ୍ତ ପାଇଁ ମୂକ ବଧିର ସ୍କୁଲର ଜଣେ ଶିକ୍ଷକଙ୍କ ସହାୟତା ନେଇଥିଲା। ଏହାପରେ ୫ ଦୁଷ୍କର୍ମକାରୀଙ୍କୁ ଚିହ୍ନଟ କରି ପୁଲିସ୍ ଗିରଫ୍ କରିଛି। ତଦନ୍ତ ଚାଲିଛି ଏବଂ ଅଭିଯୋଗ ପ୍ରମାଣ ହେବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ୍ କହିଛି।

By amfnews

Related Post