80 Views
ନବରଙ୍ଗପୁର : ଗତ ୨ ଦିନ ଧରି ହୋଇଥିବା ଲଗାଣ ବର୍ଷା ଯୋଗୁ ନବରଙ୍ଗପୁରର ନଦୀକୂଳିଆ ଗାଁଗୁଡିକ ଏବେ ପାଣି ଘେରରେ। କୋଷାଗୁମୁଡ଼ା ବ୍ଲକ ଘାଟବାସୁଲି ଗାଁର ୨ଟି ଓ୍ୱାର୍ଡର ୨ ହଜାର ଲୋକ ଏବେ ପାଣି ଘେରରେ ରହିଛନ୍ତି । ଘାଟବାସୁଲି ଗାଁ ଇନ୍ଦ୍ରାବତୀ ନଦୀ ଓ ଭସ୍କେଲ ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ। ବର୍ଷା ଜଳ ଉପର ମୁଣ୍ଡରୁ ବହି ଆସୁଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି। କୋରାପୁଟରୁ ଆସିଥିବା ଓଡ୍ରାଫ୍ ଟିମ୍ ସହାୟତାରେ ପ୍ରଶାସନ ଘାଟବାସୁଲି ଗ୍ରାମବାସୀଙ୍କୁ ରିଲିଫ ବାଣ୍ଟୁଛନ୍ତି ।
ସେହିଭଳି ବିଞ୍ଜିଲି ପଞ୍ଚାୟତର ୫ଟି ଗାଁ ମଧ୍ୟ ପାଣି ଘେରରେ ରହିଛି । ଏହି ପଞ୍ଚାୟତର ଘାଟଚୁରା, କାଟାଗୁଡା, ନୂଆଗୁଡ଼ା, ଆଳୁପଦର , ଲାଞ୍ଜିଆଗୁଡା ଗାଁ ଏବେ ପାଣି ଘେରରେ । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଓଡ୍ରାଫ ଟିମ୍ ସହାୟତାରେ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ଅଧିକ ବର୍ଷା ହେଲେ ପରିସ୍ଥିତିକୁ ଦେଖି ଉଦ୍ଧାର କାର୍ଯ୍ୟ ଆଗେଇବ ସୂଚନା ଦେଇଛନ୍ତି ସ୍ଥାନୀୟ ତହସିଲଦାର ।