Fri. Mar 6th, 2026

ଲକ୍‌ଡାଉନ୍ ଯୋଗୁଁ କୋଟାରେ ଅଟକି ରହିଥିବା ବିଦ୍ୟାର୍ଥୀଙ୍କୁ ଆଣିବା ପାଇଁ ୪୦ଟି ବସ୍ ପଠାଇଲେ ଦିଲ୍ଲୀ ସରକାର

216 Views

ନୂଆଦିଲ୍ଲୀ: କରୋନାଭାଇରସ୍ ଲକ୍‌ଡାଉନ୍ ଯୋଗୁଁ ରାଜସ୍ଥାନର କୋଟାରେ ଅଟକି ରହିଥିବା ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ଶନିବାର ଦିନ ଦିଲ୍ଲୀ ସରକାର ପ୍ରାୟ ୪୦ଟି ବସ୍ ପଠାଇଛନ୍ତି।

ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗାହଲୋଟ୍ ଏ ସଂକ୍ରାନ୍ତରେ ଟୁଇଟ୍ କରି ସୂଚନା ଦେଇଛନ୍ତି। କଶ୍ମେରେ ଗେଟ୍ ଠାରେ ଏହି ବସଗୁଡ଼ିକରେ ସରକାରୀ ଅଧିକାରୀମାନେ ବସି ଯାତ୍ରା କରୁଥିବାର ଫଟୋ ମଧ୍ୟ ସେ ପୋଷ୍ଟ୍ କରିଛନ୍ତି

ପ୍ରବାସୀ ଶ୍ରମିକ, ଶ୍ରମଜୀବୀ, ବିଦ୍ୟାର୍ଥୀ, ପର୍ଯ୍ୟଟକଙ୍କ ସମେତ ଅଟକି ରହିଥିବା ବ୍ୟକ୍ତିବିଶେଷଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରାଳୟ ଅନୁମତି ଦେବା ପରେ ଦିଲ୍ଲୀ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ କି, କରୋନାଭାଇରସ୍ ସଂକ୍ରମଣ ରୋକିବାକୁ ଶୁକ୍ରବାର ଦିନ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ଆହୁରି ୨ ସପ୍ତାହ ବଢ଼ାଇ ଦେଇଛି। ବିଜ୍ଞପ୍ତି ମୁତାବକ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ ମେ ୧୭ ତାରିଖ ଯାଏଁ ବଳବତ୍ତର ରହିବ।

By amfnews

Related Post