Sun. Mar 8th, 2026

ଲକ୍‌ଡାଉନ୍ ବେଳେ ଚାଷୀଙ୍କ ପାଇଁ ଖୁସି ଖବର

200 Views

ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଏବେ ୨୧ ଦିନ ପାଇଁ ଲକ୍‌ଡାଉନ୍ ରହିଛି। ଏହି ସମୟରେ ଚାଷ ସହିତ ଜଡ଼ିତ ଅନେକ କାମ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ଏହାବାଦ୍ କୃଷି କାର୍ଯ୍ୟ ଓ କୃଷି ଯନ୍ତ୍ରପାତି କିଣିବା ପାଇଁ ସରକାର ଅନୁମତି ଦେଇଛନ୍ତି। ଅର୍ଥାତ୍ କୃଷି ଉପକରଣ ବିକ୍ରି କରୁଥିବା ଦୋକାନ ଖୋଲିହେବ। ଆଗକୁ ରବି ଫସଲ ଅମଳ ହେବ। ଫସଲ ବାଧାପ୍ରାପ୍ତ ନହୁଏ ଏହାକୁ ଆକଳନ କରି ସରକାର ଚାଷ କାମ ପାଇଁ ଅନୁମତି ଦେଇଛନ୍ତି।

ସାରା ଦେଶରେ ଏବେ ଏକ ପ୍ରକାର ତାଲା ପଡିଥିବାରୁ ଚାଷୀ ମାନେ ଚାଷ କାମ କରିପାରୁ ନାହାନ୍ତି। ଏମିତିକି ଅମଳ ପରେ ମଣ୍ଡିକୁ କେମିତି ଆଣିବେ ସେ ନେଇ ଚିନ୍ତାରେ ଥିଲେ। ତେବେ ସରକାର ମଣ୍ଡି ଗୁଡ଼ିକୁ ମଧ୍ୟ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। କିଛି ଦିନ ପୂର୍ବରୁ ଅନେକ ରାଜ୍ୟରେ ଗହମ, ସୋରିଷ ପରି ରବି ଫସଲ ଅମଳ ଆରମ୍ଭ ହୋଇଛି।

By amfnews

Related Post