Sat. Nov 23rd, 2024

ଲକ୍‌ଡାଉନ୍‌ ପରେ କାରଖାନା ଚାଲୁ କରିବାକୁ ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର

By amfnews May 10, 2020 #Featured
103 Views

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍ ଶେଷ ହେବା ପରେ ପୁଣି ଚାଲୁ କରାଯିବାକୁ ଥିବା କଳକାରଖାନାଗୁଡ଼ିକ ନିମନ୍ତେ କେନ୍ଦ୍ର ଗୃହ ମନ୍ତ୍ରାଳୟ ମାର୍ଗଦର୍ଶିକା ଜାରି କରିଛି। କାରଖାନା ପୁଣି ଚାଲୁ ହେବାର ପ୍ରଥମ ସପ୍ତାହକୁ ପରୀକ୍ଷାମୂଳକ ଆରମ୍ଭ ବୋଲି ବିବେଚନା କରାଯିବା ଉଚିତ ବୋଲି ଏହି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି।

ରାଜ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଗୃହ ମନ୍ତ୍ରାଳୟ ‌ଉଲ୍ଲେଖ କରିଛି, କେତେକ ସପ୍ତାହ ଲକ୍‌ଡାଉନ୍ ଯୋଗୁଁ ଏବଂ ଲକ୍‌ଡାଉନ୍ ସମୟରେ ଶିଳ୍ପ କେନ୍ଦ୍ର ସବୁ ବନ୍ଦ ରହିଥିବା ‌କାରଣରୁ କେତେକ ଅପରେଟର୍ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରସିଜ୍ୟୁଓର୍ ଅନୁସରଣ ନ କରିବାର ସମ୍ଭାବନା ରହିଛି। ଏହା ଫଳରେ କେତେକ ଶିଳ୍ପ କେନ୍ଦ୍ର, ପାଇପ୍‌ଲାଇନ୍, ଭଲ୍‌ଭ୍ ଆଦିରେ ରାସାୟନିକ ପଦାର୍ଥ ଜମି ରହି ବିପଦ୍‌ର କାରଣ ହୋଇପାରେ। କର୍ମଚାରୀମାନେ କାମ କରୁଥିବା ଉପକରଣଗୁଡ଼ିକୁ ମଧ୍ୟ ଭଲ ଭାବେ ଯାଞ୍ଚ କରାଯିବା ଉଚିତ। ସେ ସବୁରୁ ଯେମିତି କୌଣସି ବିଚିତ୍ର ଶବ୍ଦ, ଗନ୍ଧ, କମ୍ପନ, ଲିକ୍, ଧୂଆଁ ଆଦି ନ ବା‌ହାରେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।

ତେଣୁ କାରଖାନା ପୁଣି ଚାଲୁ କରିବା ସମୟରେ ପ୍ରଥମ ସପ୍ତାହକୁ ପରୀକ୍ଷାମୂଳକ ଚାଲୁ ସମୟ ବୋଲି ବିବେଚନା କରିବା ଉଚିତ। ସମସ୍ତ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି କି, ନାହିଁ ଯାଞ୍ଚ କରାଯିବା ଉଚିତ। ଏ ସମୟରେ ବହୁ ପରିମାଣର ଉତ୍ପାଦନ ହାସଲ ଲକ୍ଷ୍ୟ ନ ରଖାଯିବା ଉଚିତ।

ଏହାଛଡ଼ା, ଗୃହ ବ୍ୟାପାର ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ ପ୍ରମୁଖ ଦୁର୍ଘଟଣା ପ୍ରବଣ ୟୁନିଟ୍‌ରେ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରଣୟନ ନିମନ୍ତେ ରାଜ୍ୟ ସରକାରମନେ ପ୍ରସ୍ତୁତ ରହିଥିବା ଆବଶ୍ୟକ।

By amfnews

Related Post