Wed. Apr 23rd, 2025

ଲକ୍ଷେ ଟଙ୍କା ଲାଞ୍ଚ ନେଲାବେଳେ ଧରାପଡ଼ିଲେ, ଜେଲ୍ ଗଲେ ତିନି ଲାଞ୍ଚୁଆ ପୁଲିସ ବାବୁ

By amfnews Jul 27, 2019 #Featured
152 Views

ଜୟପୁର : ଲାଞ୍ଚ ନେବା ମହଙ୍ଗା ପଡିଲା। ଏକ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ି ମାଲକାନଗିରି ଥାନାର ତିନି ଲାଞ୍ଚୁଆ ପୁଲିସ ଅଧିକାରୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ଏହି ଘଟଣା ଖାକି ପୋଷାକରେ କଳାଦାଗ ଲଗାଇବା ସହ ସମଗ୍ର ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଗିରଫ ୩ ଅଧିକାରୀ ହେଲେ, ମାଲକାନଗିରି ଥାନା ଅଧିକାରୀ ରଂଜନ ସାହୁ, ଏସଆଇ ମାନସ ରଂଜନ ସ୍ବାଇଁ ଓ କୁନାଲ କୁମାର।

ମାଲକାନଗିରିସ୍ଥିତ ଏକ ଘରୋଇ କଲେଜ ଜାଲ ସାର୍ଟିଫିକେଟ୍ ପ୍ରଦାନ କରିଥିବା ଅଭିଯୋଗରେ ମାଲକାନଗିରି ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାର କେଶ ଡାଏରି ଦେବା ପାଇଁ ଥାନା ଅଧିକାରୀ ରଂଜନ ସାହୁ, ଏସଆଇ ମାନସ ରଂଜନ ସ୍ବାଇଁ ଓ କୁନାଲ କୁମାର କଲେଜ କର୍ତ୍ତୃପକ୍ଷଙ୍କୁ କୁଆଡେ ୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଗତକାଲି ରାତିରେ କଲେଜର ନିର୍ଦେଶକ ଇଂ.ବିଦ୍ୟୁତ ରଂଜନ ଦାଶ ଏକ ଲକ୍ଷ ଟଙ୍କା ଲାଞ୍ଚ ଦେବା ବେଳେ ଭିଜିଲାନସ ଟିମ୍ ଚଢ଼ାଉ କରିଥିଲେ। ଭିଜିଲାନସ ଅତିରକ୍ତ ଏସ୍‌ପି ପି କେ ପଟେଲଙ୍କ ନେତୃତ୍ୱରେ କଟକର ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିବା ସହ ତିନି ଜଣଙ୍କୁ ଗିରଫ କରିଥିଲେ। ଆଜି ସେମାନଙ୍କୁ ବିଜାର ବିଭାଗୀୟ ହାଜତକୁ ପଠାଯାଇଥିବା ଜୟପୁର ଭିଜିଲାନସ ଏସ୍‌ପି ହରେକୃଷ୍ଣ ବେହେରା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ, ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ମାଲକାନଗିରି ଥାନା ଅଧିକାରୀ ରଂଜନ କୁମାର ସାହୁଙ୍କୁ ନିଲମ୍ବନ କରିଥିବା ଜଣାଯାଇଛି।

By amfnews

Related Post