Sat. Mar 7th, 2026

‘ଲକ୍ଷାଧିକ ଭାରତୀୟ’ଙ୍କୁ ନେଇ ମଙ୍ଗଳ ଗ୍ରହରେ ଅବତରଣ କଲା ନାସା ମହାକାଶଯାନ ‘ଇନ୍‌ସାଇଟ୍‌’!

190 Views

ମୁମ୍ବାଇ, ନଭେମ୍ବର ୨୮: ମଙ୍ଗଳବାର ପ୍ରତ୍ୟୁଷ ପ୍ରାୟ ୧:୩୦ ସମୟରେ ୧, ୩୮, ୮୯୯ ଭାରତୀୟଙ୍କୁ ଧରି ଛଅ ମାସ ଯାତ୍ରା କରିବା ପରେ ନାସାର ‘ଇନ୍‌ସାଇଟ୍‌’ ମଙ୍ଗଳ ଗ୍ରହର ‘ଏଲ୍‌ସିୟୁମ୍‌ ପ୍ଲାନିସିଆ’ ଅଞ୍ଚଳରେ ପହଞ୍ଚିଛି।

ପ୍ରକୃତ କଥା ହେଲା ଏଥିରେ କୌଣସି ବ୍ୟକ୍ତି ନୁହନ୍ତି, ମହାକାଶ-ବାତୁଳ ଭାରତୀୟମାନଙ୍କ ନାଁ ଯାଇଛି। ମଣିଷ କେଶର ହଜାର ଭାରରୁ ଏକ ଭାଗ ପତଳା ଗାରରେ ଏଇ ନାଁ ସବୁ ଇଲେକ୍‌ଟ୍ରୋନ୍‌ ରଶ୍ମିରେ ଖୋଦେଇ ହୋଇଛି ଏକ ସିଲିକନ୍‌ ମାଇକ୍ରୋଚିପ୍‌ରେ। ଏହି ଚିପ୍‌ଟି ଖଞ୍ଜାଯାଇଛି ଲ୍ୟାଣ୍ଡର୍‌ର ଶୀର୍ଷରେ ଲାଗିଛି।

ଏହି ଉଡ଼ାଣରେ ଅଂଶ ଗ୍ରହଣ କରିବାକୁ ‘ନାସା’ ଦେଇଥିବା ଡାକାରାରେ ଯେଉଁ ଲକ୍ଷାଧିକ ଭାରତୀୟ ଆଗ୍ରହୀ ଥିଲେ ମହାକାଶ ଏଜେନ୍‌ସି ନାସା ସେମାନଙ୍କୁ ବୋର୍ଡିଙ୍ଗ୍‌ ପାସ୍‌ ଯୋଗାଇ ଦେଇଥିଲା।କେତେକ ବ୍ୟକ୍ତି ଫେସ୍‌ବୁକ୍‌ରେ ସେମାନଙ୍କ ବୋର୍ଡିଙ୍ଗ୍‌ କାର୍ଡ ପୋଷ୍ଟ୍‍।

ନାସା ଯୋଗାଇ ଦେଇଥିବା ସବିଶେଷ ତଥ୍ୟରୁ ଦେଖାଯାଉଛି ଯେ ସମଗ୍ର ବିଶ୍ୱରୁ ଏଥି ପାଇଁ ୨, ୪୨, ୯୮୦୭ ନାଁ ଆସିଥିଲା। ସେଥିରୁ ଆମେରିକୀୟଙ୍କ ନାମ ସଂଖ୍ୟା ହେଉଛି ୬, ୭୬, ୭୭୩ ଏବଂ ତା’ପଛକୁ ଚୀନ୍‌ରୁ ଆସିଥିବା ନାମ ସଂଖ୍ୟା ହେଉଛି ୨, ୬୨, ୭୫୨।

ନାସାର ଏହି ଅଭିଯାନ ଦଳରେ ଅଛନ୍ତି ଭାରତୀୟ ସିଷ୍ଟମ୍‌ ଇଞ୍ଜିନିୟର୍‌ ରବି ପ୍ରକାଶ। ସେ କହିଛନ୍ତି: ଇନ୍‌ସାଇଟ୍‌ ହେଉଛି ପ୍ରଥମ ଅଭିଯାନ ଯେଉଁଥିରେ ରୋବୋଟିକ୍‌ ହାତ ବ୍ୟବହାର କରାଯାଉଛି। ଏହି ରୋବୋଟିକ୍‌ ହାତ ମଙ୍ଗଳ ଗ୍ରହରେ କେତୋଟି ଯନ୍ତ୍ରପାତି ସ୍ଥାପନ କରିବ।

By amfnews

Related Post