Sun. Mar 8th, 2026

ଲକ୍ଷାଧିକ ଟଙ୍କା ସହିତ ଏଟିଏମ ମେସିନକୁ ପିକଅପ୍‌ ନେଇ ପଳାଇଲେ ଲୁଟେରା

260 Views

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ କେତେକ ଲୁଟେରାଏକ ଏଟିଏମକୁୂ ତାଡ଼ି ପିକ୍‌ଅପ୍‌ ଭୃାନ୍‌ରେ ନେଇ ପଳାଇଛନ୍କତି। ଏହି ଏଟିଏମରେ କେତେ ଟଙ୍କା ଥିଲା ତାହା ଜଣାପଡ଼ି ନ ଥିଲେ ମଧ୍ୟ ଲକ୍ଷାଧିକ ଟଙ୍କା ଥିବା ସନ୍ଦେହ କରାଯାଉଛି। ସେହିପରି ଏଟିଏମ ଲୁଟେରାମାନେ ଆଉ ଗୋଟିଏ ଏଟିଏମ ଲୁଟ୍‌ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ପୁଲିସ୍‌ ପାଟ୍ରୋଲିଂ ଗାଡ଼ି ଆସିଯିବାରୁ ଲୁଟେରା ମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ଲୁଟେରାମାନେ ଧର୍ମଗଡ଼ ଥାନା ଅନ୍ତର୍ଗତ ଚାରିଛକରେ ଥିବା ଇଣ୍ଡିଆନ୍‌ ଓଭର ସିଜ୍‌ ବ୍ୟାଙ୍କ (ଆଇଓବି)ର ଏକ ଏଟିଏମକୁ ଲୁଟ୍‌ କରିଛନ୍ତି। ଲୁଟେରାମାନେ ସମଗ୍ର ଏଟିଏମ୍‌ ମେସିନକୁ ଗ୍ୟାସ୍‌ କଟରରେ କାଟି ଏକ ପିକଅପ୍‌ ଭ୍ୟାନରେ ଲଦି ଫେରାର ହୋଇଯାଇଛନ୍ତି। ଆଇଓବି ଏଟିଏମ ଲୁଟ୍‌ ପରେ ଲୁଟେରାମାନେ ଧର୍ମଗଡ଼ ବସ୍ତିପଡ଼ାରେ ଥିବା ଏସବିଆଇର ଏକ ଏଟିଏମକୁ ଲୁଟ୍‌ ଉଦ୍ୟମ କରିଥିଲେ। ମାତ୍ର ରାତି ପାଟ୍ରୋଲିଂ କରୁଥିବା ପୁଲିସ ଗାଡ଼ି ଆସିଯିବାରୁ ଲୁଟେରାମାନେ ସେଠାରୁ ଖସି ପଳାଇଛନ୍ତି।

By amfnews

Related Post