ଭୁବନେଶ୍ବର, ମେ ୦୮ :
କରୋନା ସଂକ୍ରମଣ ବଢିଚାଲିଛି । ଲକଡାଉନ ସତ୍ତ୍ବେ ବି ନୂଆ ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ ବାହାରୁଛି । ଆଜି ଲକଡାଉନର ଚତୁର୍ଥ ଦିନ ସହ ସପ୍ତାହନ୍ତ ସଟଡାଉନ । ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ସରକାରଙ୍କ ନିର୍ଦ୍ଦେଶାନୁସାରେ କୋହଳ ରହିବା ପରେ ପୋଲିସ ପାଟ୍ରୋଲିଂ ଜାରି ରହିଛି ।
ସଂକ୍ରମଣର ଚେନ୍ ରୋକିବାକୁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଲିସ କଡା ପହରା ଦେଉଛି । ଗତକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ସହରାଞ୍ଚଳ ଗୁଡ଼ିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ପରବର୍ତ୍ତୀ ସପ୍ତାହର ସୋମବାର ଭୋର ୫ଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲାଗିଛି ।
କଟକଣା ଲାଗୁ ହୋଇଥିବାବେଳେ ସରକାରଙ୍କ ନିର୍ଦ୍ଧାରିତ କେବଳ ଜଗିଙ୍ଗ ଓ ସାଇକେଲିଂ ପାଇଁ ସକାଳ ୫ଟାରୁ ୬ଟା ଏକ ଘଣ୍ଟା ପାଇଁ କଟକଣା କୋହଳ କରାଯାଉଛି । ଆଜି ହେଉଛି ଦ୍ବିତୀୟ ସପ୍ତହାନ୍ତ ସଟଡାଉନର ପ୍ରଥମ ଦିନ । ସଟଡାଉନ୍ କଟକଣା ଆସନ୍ତା ସୋମବାର ସକାଳ ୫ଟା ଯାଏ ବଳବତ୍ତର ରହିବ। ଜରୁରୀ କାମ ନଥିଲେ ଘର ନବାହାରିବାକୁ ପରାମର୍ଶ ଦିଆଯାଇଛି । ଆଜି ସମସ୍ତ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଛି ।