Tue. Jan 14th, 2025

ରୋଟାରୀ କ୍ଲବ୍ ପକ୍ଷରୁ ୫ମ ବିଶ୍ୱ ପୋଲିଓ ଦିବସ ପାଳିତ

By amfnews Oct 26, 2018 #Featured
179 Views

ରାଉରକେଲା, ୨୫ା୧୦  : ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଓ ଇନିରହ୍ୱିଲ କ୍ଲବ୍ ଅଫ୍ ରାଉରକେଲା ମିଡ୍ ଟାଉନ, ଆର୍ସିସି ଟାଙ୍ଗରପାଲ୍ଲୀ, ରୋଟ୍ରାକ୍ଟର୍ସ, ଇଣ୍ଟ୍ରାକ୍ଟର୍ସ ଏବଂ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଆଜି ୫ମ ବିଶ୍ୱ ପୋଲିଓ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା ଛେଣ୍ଡ କଲୋନୀ ସ୍ଥିତ ଭିଏସ୍ଏସ୍ ମାର୍କେଟରୁ ବାହାରି ଗୋପବନ୍ଧୁ ପାଠାଗାର ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାକୁ ରାଉରକେଲା ଇସ୍ପାତ କାରଖାନାର ସହରସେବା ବିଭାଗ ଜିଏମ୍ ଏନ୍.କେ. ସାମନ୍ତରାୟ ଉଦ୍ଘାଟନ କରିଥିବା ବେଳେ ରୋଟାରୀ କ୍ଲବ୍ର ଦୀର୍ଘ ୨୫ ବର୍ଷ ଧରି ପଲ୍ସ ପୋଲିଓ କାର୍ଯ୍ୟକ୍ରମର ସହଯୋଗୀ ଭାବେ ପରିଚିତ ପ୍ରବୀଣ କୁମାର ବେଦି ଶୋଭାଯାତ୍ରାର ସଂଯୋଜନା କରିଥିଲେ ।

ଡିଜିଏନ୍ ଏଫ୍.ସି. ମହାନ୍ତି, ଏଜି ଆଲମ ସିଂ ରୁପ୍ରା ଓ ବିଜୟ କୁମାର ଗୁପ୍ତା, ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ସଭାପତି ମିନତୀ ମହାପାତ୍ର, ସମ୍ପାଦକ ହିରାଲାଲ ମହାପାତ୍ର, ମିଡ୍ ଟାଉନ ସଭାପତି ସତୀଶ କୁମାର ଅଗ୍ରୱାଲ, ମିଡ୍ ଟାଉନ ସମ୍ପାଦକ ଡ.ସୁବୋଧ କୁମାର ମେହେର, ରୋଟାରୀ କ୍ଲବ୍ ସେଣ୍ଟ୍ରାଲ ସଭାପତି ଅରୁଣ ଅଗ୍ରୱାଲ, ସମ୍ପାଦକ ବ୍ରଜେଶ ଗୁପ୍ତା, ରୋଟାରୀ କ୍ଲବ୍ ଷ୍ଟିଲ୍ ସିଟି ସଭାପତି ପୁତୁଲ ରାହୁଲ, ସମ୍ପାଦକ ସନ୍ଧ୍ୟାରାଣୀ ବରାଳ, ରିଭରସାଇଡ୍ ସଭାପତି ଜେ.ପି. ସ, ସମ୍ପାଦକ ଏସ୍.ଏନ୍. ଜ୍ୟୋତିଷୀ, ରୟାଲ ସେକ୍ରେଟାରୀ ଅଜୟ ପୋଦ୍ଦାର ଓ ଅଜୟ ଅଗ୍ରୱାଲ, କୁଇନ୍ ସଭାପତି ପରପାଲ ରୁପ୍ରା, ସମ୍ପାଦକ ରଶ୍ମି ଅଗ୍ରୱାଲଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ମିହିର ରାୟ, ଡ.ବି. ଯୋଷୀ, ଅସୀମ ଚକ୍ରବର୍ତ୍ତୀ, ବିଶ୍ୱଜିତ ପତି, ରାମୋତର ଅଗ୍ରୱାଲ, ଜି.ଡି. ଅଗ୍ରୱାଲ, ଆଲୋକ ବାଗାଡିଆ, ଆର୍.କେ. ଭଜିର, ବି.କେ. ପରମାର, ରାକେଶ ଗୋଏଲ, ଗୌତମ ଶର୍ମା, ଅଞ୍ଜନା ମୈତ୍ର, ଏସ୍.ଜି. ସାହୁ, ଡ.ପି.କେ. ବର୍ମା, ବିନୟ ଗୁପ୍ତା, ସୁଧୀର ଲାଠ, ରାକେଶ ଅଗ୍ରୱାଲ, ପି.ସି. ଦାସ, ରାଜେଶ ଗର୍ଗ, ଭଗବାନ ପତି, ସୁନୀଲ କାୟଲ, କୋଏନା ଦସ୍ତିଦାର, ସଞ୍ଜୟ ପୁରୋହିତ, ଜିତେନ୍ଦ୍ର ପ୍ରସାଦ, ଇନ୍ନରହ୍ୱିଲ ସଦସ୍ୟ ଆଶା ଶର୍ମା, ସୁଷମା ପ୍ରସାଦ, ରୁନା ମହାନ୍ତି, ମାଧବୀ ପୁରୋହିତ, ମଞ୍ଜୁରାଣୀ ମେହେର, ମିନାକ୍ଷୀ ଭୁୟାଁ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

ଏହି ବିଶାଳ ଶୋଭାଯାତ୍ରା ଆର୍ଜିଏଚ୍ ନିର୍ଦ୍ଦେଶକ ଡ.ଗୋପାଳ ରାୟଙ୍କୁ ସାକ୍ଷାତ କରିଥିଲା । ୧୯୮୫ ମସିହାରେ ରୋଟାରୀ କ୍ଲବ୍ ପକ୍ଷରୁ ପଲ୍ସ ପୋଲିଏ ଅଭିଯାନ ଆରମ୍ଭ କରାଯାଇଥିଲା । ଏହାର ଲକ୍ଷ୍ୟ ଥିଲା ବିଶ୍ୱକୁ ପଲ୍ସ ପୋଲିଏ ମୁକ୍ତ କରିବା ଓ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ପିଲାମାନଙ୍କୁ ଟୀକାକରଣ କରିବା । ରୋଟାରୀ କ୍ଲବ୍ ପକ୍ଷରୁ ଅଦ୍ୟାବଧି ୧୦ ହଜାର କୋଟି ଟଙ୍କା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଖର୍ଚ୍ଚ କରାଯାଇ ବିଶ୍ୱକୁ ପଲ୍ସ ପୋଲିଓ ମୁକ୍ତ କରାଯିବାକୁ ଉଦ୍ୟମ କରାଯାଉଛି ।

ବିଲ୍ ଗେଟ୍ସ ଫାଉଣ୍ଡେସନ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପଲ୍ସ ପୋଲିଓ ଅଭିଯାନର ଅଂଶୀଦାର ଅଛନ୍ତି । ରୋଟାରୀ କ୍ଲବ୍ ସହଭାଗିତାରେ ଆୟୋଜିତ ହୋଇଆସୁଥିବା ପଲ୍ସ ପୋଲିଓ ଅଭିଯାନକୁ ୧୯୯୫ ମସିହାରେ ସରକାରୀ କାର୍ଯ୍ୟକ୍ରମ ଭାବେ ଘୋଷଣା କରାଯାଇଥିଲା । ୨୦୧୪ ମସିହା ମାର୍ଚ୍ଚ ମାସ ୨୭ ତାରିଖ ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଭାରତକୁ ପୋଲିଓ ମୁକ୍ତ ରାଷ୍ଟ୍ର ଭାବେ ଘୋଷଣା କରିଥିଲା । ରୋଟାରୀ କ୍ଲବ୍ ପକ୍ଷରୁ ଏହି ଅଭିଯାନ କରାଯିବା ସହ ପୋଲିଓ ମୁକ୍ତ ବିଶ୍ୱ ଗଠନରେ ସକ୍ରିୟ ସଚେତନତା କରାଯିବ ବୋଲି ରୋଟାରୀ କ୍ଲବ୍ ପକ୍ଷରୁ ସୂଚନା ଦିଆଯାଇଛି ।

By amfnews

Related Post