Tue. Mar 10th, 2026

ରୋଗ ଭଲ ନହେବାରୁ ମହିଳାଙ୍କ ଆତ୍ମହତ୍ୟା

188 Views

ବୌଦ୍ଧ :  ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ବଘିଆପଡ଼ା ଫାଣ୍ଡି ଲକ୍ଷ୍ମୀପଦର ଗାଁରେ ଗଛରେ ଦଉଡି ଦେଇ ଜୈନିକ ମହିଳା ଆତ୍ମହତ୍ୟା କରିଥିବା ଗୁରୁବାର ଅଭିଯୋଗ ହୋଇଛି। ମୃତ ମହିଳା ଜଣକ ସେହି ଗ୍ରାମର ସବିତା ନାୟକ (୨୪) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇ ପଡ଼ିବା ପରେ ଘରଠାରୁ ଟିକେ ଦୂରରେ ଥିବା ଏକ ଗଛରେ ଦଉଡି ଦେଇ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସବିତାଙ୍କ ବାପା ନୃସିଂହ ନାୟକଙ୍କ କହିବା ଅନୁସାରେ, ୪ବର୍ଷ ହେବ ସେହି ଗ୍ରାମର ଗୋଟିଏ ପୁଅକୁ ସବିତା ପ୍ରେମ ବିବାହ କରିଥିଲେ। ପରେ ଦେହ ଖରାପ ହେବାରୁ ଝିଅକୁ ଆଣି ଶାଶୁଘର ଲୋକ ବାପ ଘରେ ଛାଡ଼ି ଦେଇଥିଲେ। ଯେତେ ଚିକିତ୍ସା କଲେ ମଧ୍ୟ ସବିତାଙ୍କ ଦେହ ଭଲ ହେଉ ନଥିଲା। ଫଳରେ ଧର୍ଯ୍ୟ ହରା ହୋଇ ସବିତା ଏଭଳି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ବଘିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି।

By amfnews

Related Post