214 Views
ଚଣ୍ଡୀଗଡ, ଅକ୍ଟୋବର ୨୦:ଅମୃତସରରେ ହୋଇଥିବା ରେଳ ଦୁର୍ଘଟଣା ପାଇଁ ପଞ୍ଜାବ ସରକାର ଆଜି ରାଷ୍ଟ୍ରୀୟ ଶୋକର ଘୋଷଣା କରିଛନ୍ତି । ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ଶିକ୍ଷଣ ସଂସ୍ଥା ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉଦ୍ଧାର କାର୍ଯ୍ୟ ପାଇଁ ଏକ ଆପତିକାଳୀନ ଦଳ ଗଠନ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ବ୍ରହ୍ମ ମୋହିନ୍ଦ୍ରାଙ୍କ ନେତୃତ୍ୱରେ ଏହି ଦଳରେ ରାଜସ୍ୱ ମନ୍ତ୍ରୀ ସୁଖବିନ୍ଦର ସିଂହ ସରକାରିୟା ଏବଂ ଶିକ୍ଷା ମନ୍ତ୍ରୀ ଚରଞ୍ଜୀତ ସିଂହଙ୍କ ସଦସ୍ୟ ସାମିଲ ଅଛନ୍ତି । ସ୍ଥିତିର ଆକଳନ କରିବା ପାଇଁ ଏହି ଦଳ ଘଟଣା ସ୍ଥଳରେ ପହଂଚିଛନ୍ତି ।
ପଞ୍ଜାବର ରାଜ୍ୟପାଳ ଏବଂ ଚଣ୍ଡୀଗଡର ପ୍ରଶାସକ ବିପି ସିଂହ ଅମୃତସରରେ ଘଟିଥିବା ଏହି ଦୁଃଖଦ ଘଟଣା ପାଇଁ ଶୋକ ପ୍ରକାଶ କରିଛନ୍ତି । ଯେଉଁଥିରେ ପାଖା ପାଖି ୬୧ଜଣ ମୃତ୍ୟୁ ବରଣ କରିଛନ୍ତି । ରାଜ୍ୟପାଳ ଡିଜିପି ଏବଂ ଜିଲ୍ଲା ପ୍ରଶାସନଙ୍କୁ ପୀଡିତଙ୍କୁ ସବୁ ପ୍ରକାର ସୁବିଧା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୀଡିତଙ୍କ ପରିବାର ପ୍ରତି ସେ ଶୋକ ପ୍ରକଟ କରିଛନ୍ତି ।