Fri. Mar 6th, 2026

ରେଳବାଇ ପୁଣି ସର୍ଭିସ୍‌ ଚାର୍ଜ ଲାଗୁ କରିବାରୁ ‘ଆଇଆର୍‌ସିଟିସି’ରେ ଇ-ଟିକେଟ୍‌ ବୁକିଙ୍ଗ୍‌ ମହଙ୍ଗା

374 Views

ନୂଆଦିଲ୍ଲୀ  : ଇ-ଟିକେଟ୍‌ ଉପରେ ଭାରତୀୟ ରେଳବାଇ ପୁଣି ସର୍ଭିସ୍‌ ଚାର୍ଜେସ୍‌ ଲାଗୁ କରିବାରୁ ରବିବାର ଠାରୁ ‘ଇଣ୍ଡିଆନ୍‌ କ୍ୟାଟରିଙ୍ଗ୍‌ ଆଣ୍ଡ୍‌ ଟୁରିଜମ୍‌ କର୍ପୋରେସନ୍‌’ରେ (ଆଇଆର୍‌ସିଟିସି) ଟିକେଟ୍‌ ବୁକିଙ୍ଗ୍‌ କରବା ମହଙ୍ଗା ହୋଇଛି। ୨୦୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରାୟନ ଘୋଷଣା କରିବା ପରେ ଡିଜିଟାଲ୍‌ ପେମେଣ୍ଟ୍‌କୁ ଉତ୍ସାହ ଦେବା ନିମନ୍ତେ ସର୍ଭିସ୍‌ ଚାର୍ଜେସ୍‌ ଉଠାଇ ନିଆଯାଇଥିଲା।

ନୂତନ ବ୍ୟବସ୍ଥା ଅନୁସାରେ, ସ୍ଲିପର୍‌ କ୍ଲାସ୍‌ ଟିକେଟ୍‌ ଉପରେ ଟ. ୧୫/- ଏବଂ ଏସି କ୍ଲାସ୍‌ ପାଇଁ ଟ. ୩୦/- ଲାଗୁ ହେବ। ପୂର୍ବରୁ ନନ୍‌-ଏସି ଏବଂ ଏସି କ୍ଲାସ୍‌ ଉପରେ ଯଥାକ୍ରମେ ଟ. ୨୦/- ଏବଂ ଟ. ୪୦/- ସର୍ଭିସ ଚାର୍ଜ ଲାଗୁ ହେଉଥିଲା।

ଏହାଛଡ଼ା ପୃଥକ୍‌ ଭାବେ ପ୍ରତି ଟିକେଟ୍‌ ଉପରେ ଜିଏସ୍‌ଟି ଲାଗୁ ହେବ। ସର୍ଭିସ୍‌ ଚାର୍ଜ ଉଠାଇ ଦିଆଯିବା ପରେ ଆଇଆର୍‌ସିଟିସି ଇଣ୍ଟର୍‌ନେଟ୍‌ ଟିକେଟିଙ୍ଗ୍‌ ରାଜସ୍ୱ ୨୬%ରୁ ଅଧିକ ହ୍ରାସ ପାଇଥିଲା। ଆଇଆର୍‌ସିଟିସିର ବୋର୍ଡ ବୈଠକରେ ପୁନର୍ବାର ସର୍ଭିସ୍‌ ଚାର୍ଜ ଲାଗୁ କରାଯିବା ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

By amfnews

Related Post