Sat. Mar 7th, 2026

ରେପୋ ରେଟ୍‌ ହ୍ରାସ କଲା ରିଜର୍ଭ ବ୍ୟାଙ୍କ୍‌

171 Views

ମୁମ୍ବାଇ : ଶୁକ୍ରବାର ଦିନ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପଞ୍ଚମ ଥର ନିମନ୍ତେ ସୁଧ ହାର ହ୍ରାସ କରିଛି। ମୁଦ୍ରାସ୍ଫିତି ଟାର୍ଗେଟ୍‌ ମଧ୍ୟରେ ଥିବାରୁ ଆର୍ଥିକ ଅଭିବୃଦ୍ଧିକୁ ବଢ଼ାଇବା ଉଦ୍ୟମ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ମନିଟାରି ପଲିସି କମିଟି ତା’ର ପଲିସି ରେଟ୍‌ରେ ୨୫ ବେସିସ୍‌ ପଏଣ୍ଟ୍‌ କାଟ କରିଛି। ଆର୍ଥିକ ଅଭିବୃଦ୍ଧି ବଢ଼ିବା ଯାଏଁ ରିଜର୍ଭ ବ୍ୟାଙ୍କ୍‌ ନିଜର ଏହି ସ୍ଥିତିରେ ରହିବ। ଅର୍ଥାତ୍‌ ହଠାତ୍‌ ସୁଧହାର ବୃଦ୍ଧି କରିବ ନାହିଁ।

ମନିଟାରି ପଲିସି କମିଟିର ଛଅଜଣିଆ ସଦସ୍ୟ ୫. ୪୦% ରୁ ୫. ୧୫%କୁ ହ୍ରାସ କରି ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ୍‌ କାଟ କରିଛନ୍ତି। ରେପୋ ରେଟ୍‌ ହ୍ରାସ ସପକ୍ଷରେ ସମସ୍ତ ସଦସ୍ୟ ଭୋଟ୍‌ ଦେଇଥିଲେ। ସଂଶୋଧିତ ରୋପୋ ରେଟ୍‌ ୪.୯୦% ମଧ୍ୟରେ ଆଡ୍‌ଜଷ୍ଟ୍‍ କରାଯାଇଛି ଏବଂ ସେ ଅନୁସାରେ ବ୍ୟାଙ୍କ୍‌ ରେଟ୍‌ ରହିଛି ୫. ୪୦%।

ଭାରତ ବଡ଼ ଧରଣର ଆର୍ଥିକ ମାନ୍ଦାବସ୍ଥାରେ ସମ୍ମୁଖୀନ ହୋଇଥିବା କଥା ସ୍ୱୀକାର କରି ରିଜର୍ଭ ବ୍ୟାଙ୍କ୍‌ ଅଗଷ୍ଟ ମାସରେ ୬. ୧ ହୋଇଥିବା ୨୦୧୯-୨୦ ଜିଡିପିକୁ ସଂଶୋଧନ କରି ୬.୯ କରିଛି।

By amfnews

Related Post