Mon. Jan 27th, 2025

ରୁଷିଆ ଠାରୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ କିଣିବ ଭାରତ, ସହିପାରୁନି ଆମେରିକା

By amfnews Jan 5, 2021 #Featured
197 Views

ୱାଶିଂଟନ, ଜାନୁଆରୀ ୦୫ : ରୁଷିଆ ଠାରୁ ଭାରତ ଏସ-୪୦୦ ବାୟୁସେନା ପ୍ରତିରକ୍ଷା ସାମଗ୍ରୀ କିଣିବ । ଭାରତ ଓ ରୁଷିଆ ମଧ୍ୟରେ ହୋଇଥିବା ଏହି ବଧ ଧରଣର ପ୍ରତିରକ୍ଷା ସାମଗ୍ରୀ କିଣା-ବିକା ନେଇ ଆମେରିକା ବିଚଳିତ ହୋଇପଡ଼ିଛି । ଆମେରିକା କହିଛି, ଭାରତ ଦ୍ୱାରା ରୁଷିଆରୁ ଏସ-୪୦୦ ପ୍ରତିରକ୍ଷା ସାମଗ୍ରୀ କିଣିବା ନେଇ ବୁଝାମଣକୁ କଟକଣା ଲଗାଇପାରେ । ଆମେରିକା କଂଗ୍ରେସର ସ୍ୱତନ୍ତ୍ର ଗବେଷଣା ଶାଖା କଂଗ୍ରେସନାଲ ରିସର୍ଚ୍ଚ ସର୍ଭିସ ନିଜର ସଦ୍ୟତମ ରିପୋର୍ଟରେ କହିଛି ଯେ, ଭାରତ ଟେକନିକ କ୍ଷେତ୍ରରେ ଭାଗିଦାରୀ ଓ ଏକାଠି ଉତ୍ପାଦନ କରିବାକୁ ଯୋଜନା କରିଛି । କିନ୍ତୁ ଆମେରିକା ଭାରତର ପ୍ରତିରକ୍ଷା ନୀତିରେ କିଛି ସଂଶୋଧନକୁ ଅପେକ୍ଷା କରୁଛି । ଏଥି ସହିତ ସେ ଚାହୁଁଛି ଯେ, ଆମେରିକାରେ ଭାରତ ନିଜର ପ୍ରତିରକ୍ଷା କ୍ଷେତ୍ରରେ ନିବେଶ କରୁ । ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ଏସ-୪୦୦  ସୌଦା କାରଣରୁ ଆମେରିକା କାଉଣ୍ଟରିଂ ଆମେରିକାନ ଏଡଭରସରୀଜ ଥ୍ରୁ ସେକ୍ସନ ଆକ୍ଟ ଅର୍ଥାତ କଟକଣା ଲଗାଇପାରେ । ଏମିତି ସିଆରଏସ ରିପୋର୍ଟ ଆମେରିକା କଂଗ୍ରେସର ସରକାରୀ ରିପୋଟ ନାହିଁ । ଏହାକୁ ସ୍ୱତନ୍ତ୍ର ବିଶେଷଜ୍ଞମାନଙ୍କ ଦ୍ୱାରା ସାଂସଦଙ୍କ ଲାଗି ପ୍ରସ୍ତୁତ କରାଯାଇଥାଏ । 

By amfnews

Related Post