Fri. Mar 6th, 2026

ରିୟାକୁ ଏନସିବିର ଜେରା, ବୟାନ ଭିତ୍ତିରେ ପ୍ରାୟ ତାଲିକାଭୁକ୍ତ ହୋଇଛନ୍ତି 25 ଜଣ ବଲିଉଡ ସେଲିବ୍ରେଟି

296 Views

ମୁମ୍ବାଇ, ସେପ୍ଟେମ୍ବର ୦୮  : ରିୟା ଚକ୍ରବର୍ତ୍ତୀଙ୍କ ବୟାନ ଆଧାରରେ ନାର୍କୋଟିକ୍ସ ବ୍ୟୁରୋ (ଏନସିବି) ଟିମ୍ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଏହି ତାଲିକାରେ ପ୍ରାୟ 25 ଜଣ ବଲିଉଡ ସେଲିବ୍ରିଟିଙ୍କ ନାଁ ମଧ୍ୟ ରହିଛି  ।

ଏହି ବଲିଉଡ ସେଲିବ୍ରିଟିମାନଙ୍କ ନାମ ଏନସିବିର ତାଲିକାରେ କାର୍ଟେଲ ଏ, କାର୍ଟେଲ ବି, ସି ଅଂଶରେ ସ୍ଥାନ ପାଇଛି  । ଏହି ନାମଗୁଡିକ ମଧ୍ୟରୁ କେତେକ ଶୌଭିକ ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ପ୍ରକାଶ ପାଇଛି  ।

ତେବେ ଏନସିବି ଡ୍ରଗ୍ ବେପାରୀଙ୍କଠାରୁ ଅନେକ ଇଲେକ୍ଟ୍ରୋନିକ୍ ଉପକରଣ ଜବତ କରିଥିବା ସୂତ୍ରରୁ ଜଣାପଡିଛି  । ବଲିଉଡର ବିଭିନ୍ନ ବ୍ୟକ୍ତିତ୍ବ ନାଁ ପଦାକୁ ଆସିବା ପରେ ଏନସିବିର ଏସଆଇଟି ଦଳ ଏକ ତାଲିକା ପ୍ରସ୍ତୁତ କରିଛି  ।

ସେ ସମସ୍ତଙ୍କୁ ଏନସିବି ଦ୍ବାରା ସମନ ଶୀଘ୍ର ପଠାଯିବ ଏବଂ ପଚରାଉଚରା ପାଇଁ ଡକାଯିବ । ବର୍ତ୍ତମାନ ଏହି ତାଲିକା ଏନସିବିର ବରିଷ୍ଠ ଅଧିକାରୀଙ୍କ ନିକଟକୁ ପଠାଯାଇଛି।

କେବଳ ସେତିକି ନୁହେଁ, ରିୟା ଚକ୍ରବର୍ତ୍ତୀ ଏନସିବି ସାମ୍ନାରେ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ ସେ ଗଞ୍ଜେଇ ସହ କିଛି ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର କରୁଥିଲେ। ଏହା ବ୍ୟତୀତ ସୁଶାନ୍ତଙ୍କ ଫିଲ୍ମ ସେଟରେ ମଧ୍ୟ ଡ୍ରଗ୍ସର ବ୍ୟବହାର କରାଯାଇଥିଲା।

ଏନସିବିକୁ ପ୍ରକାଶ କରିଥିବା ବୟାନ ଅନୁସାରେ ସୁଶାନ୍ତଙ୍କ ସହଅଭିନେତା ଏବଂ ଅନ୍ୟ କେତେକ ଅଭିନେତାଙ୍କୁ ମଧ୍ୟ ଡକାଯିବ। କେବଳ ସେତିକି ନୁହେଁ ରିୟା ମଧ୍ୟ ଯେଉଁଠାରେ ଡ୍ରଗ୍ସ ବ୍ୟବହାର କରାଯାଉଥିଲା ସେସମସ୍ତ ତଥ୍ୟ ଦେଇଥିବା ସୂଚନା ମିଳିଛି  ।

By amfnews

Related Post