Sat. Mar 7th, 2026

ରିଲିଜ୍‌ ହେଲା ଶାହରୁଖ୍ ଖାନଙ୍କ ‘ଜିରୋ’

237 Views

ମୁମ୍ବାଇ, ଡିସେମ୍ବର ୨୧ : ଆଜି (୨୧ ଡିସେମ୍ବରରେ) ମୁକ୍ତିଲାଭ କରିଛି ଏ ବର୍ଷର ବହୁପ୍ରତୀକ୍ଷିତ ସିନେମା ‘ଜିରୋ’।
‘ଜିରୋ’ର ଷ୍ଟାରକାଷ୍ଟ୍ ଖୁବ୍ ତଗଡ଼ା। ଏଥିରେ ଶାହରୁଖ୍ ଖାନ୍, କାଟ୍ରିନା କୈଫ୍, ଅଭୟ ଦେଓଲ, ତିଗ୍ମାଂଶୁ ଧୂଲିଆ ଏବଂ ଜାଭେଦ୍ ଜାଫ୍ରି ଅଛନ୍ତି ମୁଖ୍ୟ ଭୂମିକାରେ।।‘ଜିରୋ’ ସିନେମାରେ ଶାହରୁଖ୍ ଖାନ୍ ବାଉଆ ସିଂହ ଭୂମିକାରେ ନଜର ଆସିଛନ୍ତି। ଏହି କାରଣରୁ ଫିଲ୍ମର ଟାଇଟଲ୍ ‘ବାଉଆ’ ରଖାଯିବା ଲାଗି ମଧ୍ୟ ଚିନ୍ତା କରାଯାଇଥିଲା। ଏହି ସିନେମାରେ ପ୍ରଖ୍ୟାତ ଅଭିନେତା-ନିର୍ଦ୍ଦେଶକ ତିଗମାଂଶୁ ଧୂଲିଆ ଶାହରୁଖ୍ ଖାନଙ୍କ ବାପା ଭୂମିକାରେ ଦେଖାଦେଇଛନ୍ତି। କାଟ୍ରିନା କୈଫ୍ ଏଥିରେ ବଲିଉଡର ପପୁଲାର ନାୟିକା ଭୂମିକାରେ ଅଭିନୟ କରିଛନ୍ତି।

‘ଜିରୋ’ର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ଏଲ୍ ରାୟ। ଏହା ପୂର୍ବରୁ ସେ ‘ତନୁ ୱେଡ୍ସ ମନୁ’, ‘ରାଁଝଣା’ ଓ ‘ତନୁ ୱେଡସ ମନୁ’ ରିଟର୍ଣ୍ଣସ ଭଳି ସିନେମାର ନିର୍ଦ୍ଦେଶନା ଦେଇସାରିଛନ୍ତି। ଏହାର ପ୍ରଯୋଜକ ହେଲେ ଗୌରୀ ଖାନ୍ ଓ ଆନନ୍ଦ ଏଲ୍. ରାୟ। ସାଇନ୍ସ ଫିକସନ୍ ଡ୍ରାମା ଫିଲ୍ମ ‘ଜିରୋ’ର ଲେଖକ ହେଲେ ହିମାଂଶୁ ଶର୍ମା। ଅଜୟ-ଅତୁଲ ଏହାର ସଙ୍ଗୀତକାର ।

By amfnews

Related Post