Mon. Nov 18th, 2024

ରିମ୍ସରେ ୨୦୧୮ ଶିକ୍ଷାବର୍ଷର ଏମ୍ବିଏ, ଏମ୍ସିଏ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

By amfnews Aug 22, 2018 #Featured
180 Views

ରାଉରକେଲା, ୨୨ା୮ : ପ୍ରଫେସର ସୌର୍ଯ୍ୟ ପଟ୍ଟନାୟକ ପ୍ରେକ୍ଷାଳୟ ଠାରେ ସୌର୍ଯ୍ୟ ପଟ୍ଟନାୟକଙ୍କ ଫଟୋଚିତ୍ର ନିକଟରେ ଦୀପ ପ୍ରଜ୍ୱଳନ ପୂର୍ବକ ୨୦୧୮ ଶିକ୍ଷାବର୍ଷ ପାଇଁ ଏମ୍ବିଏ ଓ ଏମ୍ସିଏ ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ରିମ୍ସ ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ ନୂତନ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ କହିଲେ ରିମ୍ସର ସୁସ୍ଥ ବାତାବରଣ, ଘରୋଇ ସଂସ୍କୃତି ଓ ପରମ୍ପରା, ଗୁଣବତ୍ତା ଶିକ୍ଷା, ଶୃଙ୍ଖଳିତ ପରିବେଶ ପାଇଁ ରିମ୍ସ ଛାତ୍ରଛାତ୍ରୀମାନେ ଆଜି ଦେଶ ବିଦେଶରେ କର୍ମନିଯୁକ୍ତି ପାଇ ସୁନାମ ଅର୍ଜନ କରିଛନ୍ତି ।

ଏତଦ୍ବ୍ୟତୀତ ରିମ୍ସ୍ ଗ୍ରୁପ୍ ଅଫ୍ ପ୍ରେସିଡେଣ୍ଟ ଡ.ଆର୍ଯ୍ୟ ପଟ୍ଟନାୟକ, ରିମ୍ସ ଭାରପ୍ରାପ୍ତ ଅଧ୍ୟକ୍ଷ ଡ.କେ.କେ. ପାତ୍ର, ୟୁଜି ପ୍ରିନ୍ସିପାଲ ପ୍ରଫେସର ଶଙ୍କର ପ୍ରସାଦ ତ୍ରିପାଠୀ, ଡାଇରେକ୍ଟର (ଆର୍ଆଣ୍ଡବି) ଡ.ଶ୍ରୀକୁମାର, ଡିନ୍ ଏକାଡେମୀ ଡ. ସନ୍ତୋଷ କୁମାର ବିଶ୍ୱାଳ, ଏମ୍ବିଏ ଏଚ୍ଓଡି ଡ.ସୁବ୍ରତ ପ୍ରସାଦ ପଟ୍ଟନାୟକ, ଏମ୍ସିଏ ଏଚ୍ଓଡି ପ୍ରଫେସର ବିଭୁଦେନ୍ଦୁ ପଣ୍ଡା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ୧୯୮୪ ମସିହା ଠାରୁ ରିମ୍ସ ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ଶିକ୍ଷାଦାନ କରିଆସୁଥିବାରୁ ବହୁ ଛାତ୍ରଛାତ୍ରୀ ଆଜି ଦେଶ ବିଦେଶରେ ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଅଛନ୍ତି । ଫଳରେ ରିମ୍ସ ଶିକ୍ଷାନୁଷ୍ଠାନର ଖ୍ୟାତି ବୃଦ୍ଧି ପାଇବାରେ ଲାଗିଛି । ରିମ୍ସ ସବୁବେଳେ ଶିକ୍ଷାନୁଷ୍ଠାନର ଚାହିଦା ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିଥାଏ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏଥିସହ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ହାସଲ କରିବା ଲକ୍ଷ୍ୟରେ ଏହି ଅନୁଷ୍ଠାନ ଗୁଣବତ୍ତା ଶିକ୍ଷାଦାନ କରିଆସୁଛି ।

ମେସିନ ଲାଉନିଙ୍ଗ ଶିକ୍ଷା ମାଧ୍ୟମରେ ସମାଜରେ କିପରି ପରିବର୍ତ୍ତନ ହୋଇପାରିବ ଏବଂ ଆଗାମୀ ଦିନରେ ଟେକ୍ନୋଲୋଜି ଅଟୋମେସନ କିପରି ସାହାଯ୍ୟ କରିପାରିବ ସେ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ । ପିଲାମାନେ ଏମ୍ସିଏ ପାଠପଢା ସହିତ ଉପରୋକ୍ତ ବିଷୟରେ ଜ୍ଞାନ ଆହରଣ କଲେ କର୍ମନିଯୁକ୍ତିରେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଶିଳ୍ପ ଗୋଷ୍ଠୀ ମ୍ୟାନେଜମେଣ୍ଟ ଏବଂ କମ୍ପ୍ୟୁଟର ଅପ୍ଲିକେସନର ପ୍ରୟୋଜନ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିଲେ ମୁଖ୍ୟବକ୍ତା ଭାବେ ଏଚ୍ଆର୍ଡିର ଏକ୍ସ-ଜିଏମ୍ ଡ.ଅଯୋଧ୍ୟାନାଥ ଦାସ ଏବଂ ମ୍ୟାନେଜିଙ୍ଗ ଡାଇରେକ୍ଟର ହିତେସି କନ୍ସଲଟାନ୍ସି ଓଡିଶା ଡ.ଶୁଭେନ୍ଦୁ ଦାସ ଯୋଗ ଦେଇଥିଲେ ।

ଡ.ଅଯୋଧ୍ୟାନାଥ ଦାସ ସେଲ୍ଫ ମ୍ୟାନେଜମେଣ୍ଟ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଚିନ୍ତାଧାରାକୁ ନେଇ ବର୍ତ୍ତମାନ ସମୟରେ ମ୍ୟାନେଜମେଣ୍ଟ ଶିକ୍ଷାକୁ ନେଇ ଉନ୍ନତ ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଡ.ଶୁଭେନ୍ଦୁ ଦାସ ଶିଳ୍ପ ଗୋଷ୍ଠୀରେ ନିଜକୁ ସାମିଲ୍ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ପ୍ରଫେସର ଇପସିତା ପାଣ୍ଡେ ଉତ୍ସବ ପରିଚାଳନା କରିଥିଲେ ।

By amfnews

Related Post