Thu. Jan 23rd, 2025

ରିପୋର୍ଟରେ କେରଳ ବନ୍ୟାର କାରଣ, ଖୁଲାସା କଲା ନାସା

By amfnews Aug 23, 2018 #Featured
158 Views

ନୂଆଦିଲ୍ଲୀ, ଅଗଷ୍ଟ ୨୩:

ମହାକାଶ ଗବେଷଣାକାରୀ ସଂସ୍ଥା ନାସାର ସାଟେଲାଇଟ୍ କେରଳ ଉପରେ ଥିବା ମନସୁନ୍ ସିଷ୍ଟମ ସହ ଜଡିତ କିଛି ଭିଡିଓ ଜାରି କରିଛି । ଏହି ଭିଡିଓରେ ନାସା  କହିଛି କି ଅଗଷ୍ଟ ୧୩ରୁ ୨୦ ମଧ୍ୟରେ ଭାରତରେ ଦୁଇ ଭାଗରେ ଭୀଷଣ ବର୍ଷା ହୋଇଛି । ଏହାର ପାଣି ଜମା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି ।

ଏହାର ପ୍ରଥମ ଭାଗ ଭାରତୀୟ ଉପଦ୍ୱୀପର ଉତର ଭାଗରେ ବିସ୍ତାର ଲାଭ କରିଥିଲା । ପରେ ଏହା ପଶ୍ଚିମ ଭାଗ ଅଭିମୁଖେ ଯାଇଥିଲା । ଏହା ଦ୍ୱାରା ୫ ଇଂଚରୁ ବେଶୀ ସାପ୍ତାହିକ ବର୍ଷା ରେକର୍ଡ୍ କରାଯାଇଥିଲା । ଏହା ପଶ୍ଚିମବଙ୍ଗକୁ ବ୍ୟାପିବା ସହ ବର୍ଷାର ପରିମାଣ ୧୪ ଇଂଚକୁ ବୃଦ୍ଧି ପାଇଥିଲା ।

ନାସା ନିଜ ବୟାନରେ କହିଛି କି, ଭାରତରେ ସାଧାରଣ ଭାବେ ଗ୍ରୀଷ୍ମକାଳୀନ ମୌସୁମୀ ଅନୁଭୂତ ହୋଇଥାଏ । ଫଳରେ ପ୍ରାୟ ସମସ୍ତ ଅଂଚଳରେ ଭୀଷଣ ବର୍ଷା ହୁଏ । କିନ୍ତୁ ବେଳେ ବେଳେ ମୌସୁମୀ ଦୁର୍ବଳ ହେବା ପରେ ଲଘୁଚାପ ସୃଷ୍ଟି ହୋଇ ବର୍ଷାର ପରିମାଣ ବୃଦ୍ଧି ପାଇଥାଏ ।

ନାସାର ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି କି, ହିମାଳୟ ଏବଂ ପଶ୍ଚିମ ଘାଟ ପର୍ବତମାଳାର ଭୌଗଳିକ ସ୍ଥିତି ପାଇଁ ଦକ୍ଷିଣ ପଶ୍ଚିମ ଉପକୂଳରେ ଚଳିତ ବର୍ଷ ଅଧିକ ବୃଷ୍ଟିପାତ ହୋଇଛି । ଏହାକୁ ଦେଖିଲେ ହିମାଳୟର ଅବସ୍ଥିତି ହେତୁ ପଶ୍ଚିମ ଉପକୂଳରେ ଭାରୀ ବର୍ଷା ରେକର୍ଡ୍ କରାଯାଇଥିଲା । ଆରବ ସାଗରରୁ ଆସୁଥିବା ଉତପ୍ତ ବାୟୁ ହିମାଳୟରେ ଅଟକିଥିଲା । ଯାହା ଅଧିକ ବର୍ଷାକୁ ପ୍ରୋତ୍ସାହନ ଦେଇଥିଲା ।

ସୂଚନାଯୋଗ୍ୟ କି, କେରଳ ଗତ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ବିନାଶକାରୀ ବନ୍ୟାକୁ ସାମ୍ନା କରିଛି । ଯେଉଁଥିରେ ୩୫୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ବେଳେ ୭ଲକ୍ଷ ଲୋକ ବାସହରା ହୋଇଛନ୍ତି

By amfnews

Related Post