Wed. Apr 30th, 2025

ରିପବ୍ଲିକ ଟିଭିର ସବୁ କର୍ମଚାରୀଙ୍କ ନାଁରେ ଏତଲା

By amfnews Oct 24, 2020 #Featured
186 Views

ନୂଆଦିଲ୍ଲୀ, ଅକ୍ଟୋବର ୨୩ :  ସୀମା ଟପିଲା ମୁମ୍ବାଇ ପୋଲିସ୍‌ର ଅସହିଷ୍ଣୁତା। ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ନାଁରେ ପୋଲିସ୍ ଏତଲା କରିବା ସହ ରିପବ୍ଲିକ ଟିଭି ସାମ୍ବାଦିକଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି ।ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଓ ବଲିଉଡ୍ ଡ୍ରଗ୍ସ ମାମଲାରେ ମୁମ୍ବାଇ ପୋଲିସ୍ ଓ ରିପ୍ଲବିକ୍ ଟିଭି ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ‌ଅନେକ ସମୟରେ ପୋଲିସ୍ ହଇରାଣ କରୁଥିବାର ରିପ୍ଲବିକ୍ ଟିଭି ପକ୍ଷରୁ ଅଭିଯୋଗ କରାଯାଇଥିଲା। ଆଉ ଶେଷରେ ସୀମା ଟପିଲା ମୁମ୍ବାଇ ପୋଲିସର ଅସହିଷ୍ଣୁତା।ରିପବ୍ଲିକ ଟିଭିକୁ ଚୁପ୍ କରିବାକୁ ଯାଇ ଟିଭି ବିରୋଧରେ ଏକପାଖିଆ କାର୍ଯ୍ୟନୁଷ୍ଟାନ ନେଇଛି ମୁମ୍ବାଇ ପୋଲିସ। ରିପବ୍ଲିକ ଟିଭିର ସମସ୍ତ କର୍ମଚାରୀଙ୍କ ନାଁରେ ପୋଲିସ ଏତଲା କରିଛି। ରିପବ୍ଲିକ ଟିଭିର ପ୍ରାୟ ୧ ହଜାର କର୍ମଚାରୀଙ୍କ ନାଁରେ ଏତଲା କରିଛି ପୋଲିସ୍। ସମସ୍ତ ଏଡିଟୋରିଆଲ ଷ୍ଟାଫଙ୍କ ସହ ସବୁ କର୍ମଚାରୀଙ୍କ ନାଁରେ ଏତଲା ଦିଆଯାଇଛି। କେବଳ ସେତିକିରେ ଅଟକିନଥିଲା ପୋଲିସ୍ ଆକ୍ରୋଶ। ଏତଲା କାରଣ ନେଇ ପ୍ରଶ୍ନ କରିବାରୁ ରିପବ୍ଲିକ ଟିଭି ସାମ୍ବାଦିକଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଗୃହ ମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ପ୍ରଶ୍ନ କରିବାକୁ ଯିବାରୁ କିଛି କର୍ମୀ ଓ ପୋଲିସ ଠେଲାପେଲା କରିବା ସହ ମାଡ଼ ମାରିଥିଲେ ତାଛଡ଼ା ସାମ୍ବାଦିକ ସୋହେଲଙ୍କ ମୁହଁକୁ ମାରି ଆଘାତ ଦେଇଥିବା ଅଭିଯୋଗ ହୋଇଛି।

By amfnews

Related Post