Mon. Dec 23rd, 2024

ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ ହେବେ ରବି ଶଙ୍କର

By amfnews May 2, 2021 #Featured
174 Views

ନୂଆଦିଲ୍ଲୀ, ମେ ୨ : ଏପ୍ରିଲ ମାସରେ ରିଜର୍ବ ବ୍ୟାଙ୍କର ଡେପ୍ୟୁଟି ଗଭର୍ଣ୍ଣର ବି.ପି କାନୁନଗୋ ଅବସର ନେବା ପରେ ଏବେ ତାଙ୍କ ସ୍ଥାନରେ ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ ହେବାକୁ ଯାଉଛନ୍ତି ଟି. ରବି ଶଙ୍କର । ପୂର୍ବରୁ ରବି ଶଙ୍କର ଭାରତ ସରକାରଙ୍କ ଅନେକ ଆର୍ଥିକ କମିଟିର ସଦ୍ୟସ ଥିବା ସହିତ ସେ ଭାରତୀୟ ରିଜର୍ବ ବ୍ୟାଙ୍କରେ ଋଣ ପରିଚାଳନା ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଭାର ମଧ୍ୟ ସମ୍ଭାଳି ଆସିଛନ୍ତି ।

ଆଜି ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ ଟ୍ରେନିଙ୍ଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁଯାଇ ଟି. ରବି ଶଙ୍କରଙ୍କୁ ଭାରତୀୟ ରିଜର୍ବ ବ୍ୟାଙ୍କର ନୂଆ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ମନୋନୀତ କରାଯାଇଛି । ଏବେ ରବି ଶଙ୍କର ଏକଜ୍ୟୁକେଟିଭ୍ ଡାଇରେକ୍ଟର ରିଜର୍ବ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭାବରେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ଡେପ୍ୟୁଟି ଗଭର୍ଣ୍ଣର ଭାବରେ ଟି. ରବି ଶଙ୍କର ଦାୟିତ୍ୱ ନୁଲାଇବାକୁ ଯାଉଛନ୍ତି ।

ତେବେ ବର୍ତମାନ ସୁଦ୍ଧା ଟି. ରବି ଶଙ୍କରଙ୍କୁ କେଉଁ ବିଭାଗ ର ଦାୟିତ୍ୱ ଦିଆଯିବ ସେ ନେଇ ଏବେ ଜାରି ହୋଇଥିବା ବିଜ୍ଞପ୍ତିରେ କିଛି ସୂଚନା ଦିଆଯାଇ ନାହିଁ ।

By amfnews

Related Post