Tue. Mar 4th, 2025

ରାୟଗଡ଼ା: ମୁନିଗୁଡ଼ା ବସ୍‌ଷ୍ଟାଣ୍ଡ୍‌ ଓ ସ୍କୁଲ୍‌ କାନ୍ଥରେ ମାଓ ବିରୋଧୀ ପୋଷ୍ଟର

By amfnews Nov 18, 2018 #Featured
135 Views

ରାୟଗଡ଼ା ୧୮/୧୧ : ମୁନିଗୁଡ଼ା ବସ୍‌ଷ୍ଟାଣ୍ଡ୍‌ ଏବଂ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ମାଓ ବିରୋଧୀ ପୋଷ୍ଟର ଲାଗିଛି।

ଭିନ୍ନ ଭିନ୍ନ ଦୁଇଟି ସ୍ଥାନରେ ଲାଗିଥିବା ଏହି ପୋଷ୍ଟରଗୁଡ଼ିକରେ ମୁଖ୍ୟତଃ ମାଓବାଦୀଙ୍କ କାର୍ଯ୍ୟକଳାପ ଓ ଅତ୍ୟାଚାରକୁ ବିରୋଧ କରାଯାଇଛି।
ମୁନିଗୁଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ଲାଗିଥିବା ପୋଷ୍ଟରରେ ବଘୁନା ଡିଭିଜ୍‌ନାଲ୍‌ ସମ୍ପାଦକଙ୍କ ଅଡିଓ ଟେପ୍‌କୁ ବିରୋଧ କରାଯାଇଛି।

ସେଥିରେ ସମ୍ପାଦକ ଭୋକ ବିକଳରେ ତାଟିଆ କାମୁଡ଼ିବା ବନ୍ଦ କରନ୍ତୁ ଏବଂ ଓଡ଼ିଶା ତାଙ୍କର ପୈତୃକ ସମ୍ପତ୍ତି ନୁହେଁ ଯେ ତାଙ୍କ କଥାରେ ଚାଲିବ ବୋଲି ଉଲ୍ଲେଖ ରହିଛି। ଦମ୍‌ ଅଛି ତ ଆଦିବାସୀଙ୍କ ବିକାଶ ପ୍ରକ୍ରିୟାରେ ସାମିଲ୍‌ ହୁଅ ନାଇ ତ ଚୀନ୍‌ ପଳାଇଯାଅ ବୋଲି ମଧ୍ୟ ଲେଖାଯାଇଛି। ରାଜ୍ୟର ପ୍ରଥମ ନକ୍ସଲ ବିରୋଧୀ ହିଂସା ମୁକ୍ତ ଓଡ଼ିଶା ଅଭିଯାନ ତରଫରୁ ଲଗାଯାଇଥିବା ଏହି ପୋଷ୍ଟର୍‌ ସବୁ ବସ୍‌ଷ୍ଟାଣ୍ଡ୍‌ରେ ଥିବା କେତେକ ବସ୍‌ରେ ମଧ୍ୟ ଲଗାଯାଇଛି।

By amfnews

Related Post