ଭୁବନେଶ୍ୱର, ଅକ୍ଟୋବର ୧୦ : ବିଦ୍ୟୁତ ତାର ଲାଗିଯିବାରୁ ବିଶମକଟକ ବ୍ଲକ ଅନ୍ତର୍ଗତ ପଙ୍ଗପଡ଼ା ଗାଁରେ ଶ୍ୱଶୁର ଓ ବୋହୂଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଅଭାବନୀୟ ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ଶ୍ୱଶୁର ଦହନୀ ମାଣ୍ଡାଙ୍ଗୀ ଓ ସୁମିତ୍ରା ମାଣ୍ଡାଙ୍ଗୀ ।
ସୂଚନା ଅନୁସାରେ ଗତକାଲି ରାତିରେ ଘରେ ବୋହୂ କାମ କରୁଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘରର କବାଟକୁ ବିଦ୍ୟୁତ ତାର ଲାଗିଥିଲା । ଅସାବଧାନତା ଯୋଗୁଁ ଏହି ତାରର ସଂସ୍ପର୍ଶରେ ଆସିଥିଲେ । ବୋହୂ । ବିଦ୍ୟୁତ ତାର ଲାଗିଯିବା ପରେ ବୋହୂ ଛଟପଟ ହୋଇ ଚିତ୍କାର କରୁଥିଲେ । ଶ୍ୱଶୁର ଏହି ଦୃଶ୍ୟ ଦେଖି ବୋହୂଙ୍କୁ ବଂଚାଇବାକୁ ଉଦ୍ୟମ କରିଥିଲେ । ସେ ମଧ୍ୟ ବୋହୂଙ୍କ ଭଳି ବିଦ୍ୟୁତ କରେଣ୍ଟରେ ଆହତ ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବିଶମକଟକସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।