Wed. Mar 11th, 2026

ରାୟଗଡ଼ା ବନପାଳଙ୍କ ଘରୁ ସୁନା ଓ ରୁପା ଚୋରି

141 Views

ରାୟଗଡ଼ା :  ଇନ୍ଦିରା ନଗର ୬ ନମ୍ବର ଗଳିର ବାସିନ୍ଦା ବନପାଳ ଶିବାନୀ ପାତ୍ରଙ୍କ ଘରୁ ଚୋରମାନେ ବହୁ ପରିମାଣର ସୁନା, ରୁପା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରଇ ନେଇଛନ୍ତି। ଚୋରମାନେ ତାଙ୍କ ଘରୁ ପ୍ରାୟ ୪୩ ତୁଳା ସୁନା ଏବଂ ୨୧୯ ତୁଳା ରୁପା ଅଳଙ୍କାର ନେଇଯାଇଥିବା କଥା ସେ ଏତଲାରେ ଉଲ୍ଲେଖ କରିଛନ୍ତି।

ଶିବାନୀ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ ଅଛି ଯେ, ବ୍ରହ୍ମପୁରରେ ଥିବା ତାଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଦେଖିବାକୁ ଅଗଷ୍ଟ ୧୦ ତାରିଖ ଦିନ ୧: ୩୦ ସେ ଓ ତାଙ୍କ ମାଆ ‘ସାଇସୁଧା’ ବସ୍‌ରେ ବ୍ରହ୍ମପୁର ଯାଇଥିଲେ। ତିନି ଦିନ ପରେ ଅର୍ଥାତ୍‌ ଅଗଷ୍ଟ ୧୩ ତାରିଖ ସେଠାରୁ ଆସି ରାତି ୧୧: ୦୦ ପହଞ୍ଚି ତାଲା ଖୋଲି ଘରକୁ ପଶିବା ପରେ ଦେଖିଲେ କି, ପାର୍ଶ୍ୱ ଗେଟ୍‌ ବାଟେ ଚୋର ପଶି ଘରେ ଥିବା ତିନିଟି ଆଲମାରି ଓ ଗୋଟେ ପେଡ଼ିରେ ଥିବା ସମସ୍ତ ସୁନାରୁପା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରି ନେଇଯାଇଛନ୍ତି।

ପୁଲିସ ସନ୍ଧାନୀ ଶ୍ୱାନ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post