Sat. Jan 11th, 2025

ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନ ନିକଟରେ ଅଭିଯୋଗ ଆଣିଲା ବିଜେପି

By amfnews Dec 8, 2018 #Featured
248 Views

ନୂଆଦିଲ୍ଲୀ, ଡିସେମ୍ବର ୦୮ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ମୁଖତାର ଅବାସୀ ନକଭୀ ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଉପରେ ମତଦାତାଙ୍କୁ ପେଡ ନ୍ୟୁଜ ମାଧ୍ୟମରେ ପ୍ରଭାବିତ କରିବା ନେଇ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀ ନିକଟରେ ହାଇଦ୍ରାବାଦର ଏକ ଆଂଚଳିକ ଖବରକାଗଜକୁ ସାକ୍ଷାତକାର ଦେଇଥିଲେ । ଏହା ପରେ ରାହୁଲଙ୍କ ବିରୋଧରେ ପେଡ ନ୍ୟୁଜ ଅଭିଯୋଗ ଚାଲିଛି । 

ନିର୍ବାଚନ କମିସନରଙ୍କୁ ଭେଟିବା ପରେ ଗଣମାଧ୍ୟମକୁ ମୁଖତାର ନକଭୀ କହିଛନ୍ତି, ଆମେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛୁ । ମତଦାତାଙ୍କୁ ପ୍ରଭାବିତ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଏକ ସାକ୍ଷାତକାରକୁ ହାଇଦ୍ରାବାଦର ଏକ ଖବରକାଗଜରେ ପେଡ ନ୍ୟୁଜ ଭଳି ପ୍ରକାଶ କରାଯାଇଥିଲା । ଆମେ ଏସଂପର୍କରେ ରାହୁଲଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଛୁ ।

ନକଭୀ କହିଛନ୍ତି, ଗାନ୍ଧୀ ନିଜର ସାକ୍ଷାତକାରରେ ଏକ ସର୍ଭେକ୍ଷଣର ଉଦାହରଣ ଦେଇ ଦାବି କରିଥିଲେ ଯେ, କଂଗ୍ରେସ ୫ଟି ରାଜ୍ୟର ନିର୍ବାଚନରେ ଜିତିବ । ନକଭୀ କହିଛନ୍ତି, ଏଭଳି ସାକ୍ଷାତକାରକୁ ପେଡ ନ୍ୟୁଜ ଶ୍ରେଣୀରେ ଆସିଥାଏ । ନିୟମ ଅନୁସାରେ ମତଦାନର ୪୮ଘଣ୍ଟା ପୂର୍ବରୁ କୌଣସି ପ୍ରଚାର ଅଥବା ସାକ୍ଷାତକାର ଦିଆଯାଇ ନଥାଏ । ଗାନ୍ଧୀ ଜାଣିଶୁଣି ଏହି କାମ କରିଛନ୍ତି ।

By amfnews

Related Post