Sun. Nov 17th, 2024

ରାହୁଲ ଗାନ୍ଧୀଙ୍କ କଥାର ଆନନ୍ଦ ଉଠାନ୍ତୁ: ନରେନ୍ଦ୍ର ମୋଦୀ

By amfnews Nov 1, 2018 #Featured
106 Views

ନୂଆଦିଲ୍ଲୀ, ନଭେମ୍ବର ୦୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ମିଥ୍ୟା କହିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ବିଜେପି ସରକାର ଗରୀବଙ୍କ ପାଇଁ କରିଥିବା ଯୋଜନାରେ ସଫଳତାପୂର୍ବକ ଲୋକଙ୍କ ଜୀବନଶୈଳୀରେ ପରିବର୍ତନ ଆଣିବା ପାଇଁ ସକ୍ଷମ ହୋଇଛନ୍ତି । ତେଣୁ ରାହୁଲଙ୍କୁ ମିଥ୍ୟା କହିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।

ସୂଚନାନୁଯାୟୀ, ନରେନ୍ଦ୍ର ମୋଦୀ ମଛଲୀଶହର, ରାଜସମନ୍ଦ, ମହାସମୁନ୍ଦ, ସତନା ଏବଂ ବୈତୁଲର କାର୍ଯକର୍ତାଙ୍କ ସହ ବାର୍ତାଳାପ କରୁଥିବା ସମୟରେ ଏହି କଥା କହିଛନ୍ତି । ରାହୁଲ ତାଙ୍କ ରାଲି ସମୟରେ କହିଥିଲେ ଯେ, ମଧ୍ୟପ୍ରଦେଶର ପ୍ରତ୍ୟେକ ଜିଲ୍ଲାରେ ମୋବାଇଲ ଫ୍ୟାକ୍ଟ୍ରି ଖୋଲିବେ । ଏହାକୁ ନେଇ ବିଜେପି ତାଙ୍କୁ ପ୍ରଶ୍ନ କରିଛି ଏବଂ ମୋଦୀ କାର୍ଯ୍ୟକର୍ତାଙ୍କୁ କହିଛନ୍ତି କି, ବ୍ୟସ୍ତ ହୁଅ ନାହିଁ । କେବଳ ରାହୁଲଙ୍କ କଥାର ଆନନ୍ଦ ନିଅ । ଏହା ପୂର୍ବରୁ ଗ୍ରାମୋଫୋନ ବ୍ୟବହାର କରା ଯାଉଥିଲା । ଯେତେବେଳେ ଗ୍ରାମଫୋନରେ ପିନ ଅଟକି ଯାଉଥିଲା ସେତେବେଳେ ଗୋଟିଏ ଶବ୍ଦ ବାରମ୍ବାର ଶୁଣାଯାଉ ଥିଲା । ନିର୍ବାଚନ ସମୟରେ ଆପଣଙ୍କୁ ଏହି କଥାର ଆନନ୍ଦ ନେବା ଉଚିତ୍ । ରାହୁଲଙ୍କୁ ଜଣା ଅଛି ଯେ, ତାଙ୍କ ସମୟ ବଦଳି ଯାଇଛି । ଜନତାଙ୍କୁ ବୋକା ବନେଇବା ବନ୍ଦ କରନ୍ତୁ ।

ମୋଦୀ ପୁଣି କହିଛନ୍ତି କି, ମୋବାଇଲର ଆବିଷ୍କାର ୨୦୧୪ରେ ହୋଇ ନଥିଲା । ତେବେ ଦୀର୍ଘଦିନ ଧରି ଶାସନରେ ଥିବା ସରକାର ଭାରତରେ କେବଳ ୨ୟୁନିଟ ମୋବାଇଲ ନିର୍ମାଣ କରିଛନ୍ତି । ଭାରତ ଏବେ ମୋବାଇଲ ନିର୍ମାଣରେ ବିଶ୍ୱରେ ଏକ ଅଗ୍ରୀମ ରାଷ୍ଟ୍ର । ମୋଦୀ କହିଛନ୍ତି କି, ସୁରକ୍ଷା ବାହିନୀ ତାଙ୍କ ସହ ଅଛନ୍ତି । ତେଣୁ ରାହୁଲ ମିଥ୍ୟା କହିବା ବ୍ୟତୀତ ତାଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ । ତେବେ ବିପକ୍ଷ ଦଳଙ୍କର ଅସଂଯତ ଭାଷା ପ୍ରୟୋଗ ବିଷୟରେ ମୋଦୀ କହିଛନ୍ତି କି, ଜଣେ ତାହା ଦେଇଥାଏ ଯାହା ତା ପାଖରେ ଥାଏ ।

By amfnews

Related Post