Tue. Nov 5th, 2024

ରାହୁଲ ଗାନ୍ଧୀଙ୍କ ଐତିହାସିକ ଘୋଷଣା: ଆଗାମୀ ନିର୍ବାଚନରେ କଂଗ୍ରେସ ଜିତଲେ ସମସ୍ତ ଗରିବଙ୍କୁ ମିଳିବ ସର୍ବନିମ୍ନ ମୌଳିକ ଆୟ

By amfnews Jan 28, 2019 #Featured
233 Views

Embedded video

Congress

@INCIndia

‘ଦଳ ନିର୍ବାଚନ ଜିତିଲେ ପ୍ରତ୍ୟେକ ଗରିବ ବ୍ୟକ୍ତିଙ୍କୁ ସର୍ବନିମ୍ନ ମୌଳିକ ଆୟ ପ୍ରଦାନ କରାଯିବ। ବିଶ୍ୱର କୌଣସି ସରକାର ଏପରି କରିନାହାନ୍ତି’ ବୋଲି ରାହୁଲ ସୋମବାର ରାୟପୁରର ଏକ କୃଷକ ରାଲିରେ ଏପରି ପ୍ରତିଶ୍ରୁତି ଦେଇଛନ୍ତି।

ଏହାକୁ ଏକ ‘ଐତିହାସିକ ଘୋଷଣା’ ବୋଲି ଅଭିହିତ କରି  କଂଗ୍ରେସ ତା’ର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌ରେ ରାହୁଲଙ୍କର ଏକ ଭିଡିଓ ଅପ୍‌ଲୋଡ୍‌ କରିଛି। ଦେଶର ସମସ୍ତ ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରଦାନ କରାଯିବ ବୋଲି ରାହୁଲ ଗାନ୍ଧୀ କହୁଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ରାହୁଲ ଗାନ୍ଧୀ ନିଜେ ତାଙ୍କ ଟୁଇଟର  ଆକାଉଣ୍ଟ୍‌ରେ ଏକ ଟୁଇଟ୍‌ କରି ଏପରି ଏକ ଶପଥ ନେଇଛନ୍ତି।

Rahul Gandhi

@RahulGandhi

If voted to power in 2019, the Congress is committed to a Minimum Income Guarantee for every poor person, to help eradicate poverty & hunger.

This is our vision & our promise.

ଏକ ନୂଆ ଭାରତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ରାହୁଲ ଟୁଇଟ୍‌ ଜରିଆରେ ଜଣାଇଛନ୍ତି ଯେ ଦେଶର କୋଟି କୋଟି ଭାଇଭଉଣୀ ଗରିବୀ ସହ ସଂଘର୍ଷ କରୁଥିବା ବେଳେ ଆମେ ନୂତନ ଦେଶ ଗଢ଼ିପାରିବା ନାହିଁ।

By amfnews

Related Post