Tue. Mar 4th, 2025

ରାହୁଲ ଗାନ୍ଧୀଙ୍କୁ “ପ୍ରିନ୍ସ ଅଫ ଇନକମ୍ପିଟେନ୍ସ” (ଅଯୋଗ୍ୟ ରାଜକୁମାର) କହି କଡା ଜବାବ ଦେଇଛନ୍ତି ବିଜେପି ସଭାପତି ଜେପି ନଡ୍ଡା

By amfnews Aug 18, 2020 #\ #Featured
156 Views

ନୂଆଦିଲ୍ଲୀ, ଅଗଷ୍ଟ ୧୮ : ସୋମବାର ବିଜେପି ସଭାପତି ଜେପି ନଡ୍ଡା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ “ପ୍ରିନ୍ସ ଅଫ ଇନକମ୍ପିଟେନ୍ସ” (ଅଯୋଗ୍ୟ ରାଜକୁମାର) ବୋଲି କହିଛନ୍ତି ଏବଂ ଅନେକ ସମୟରେ ରାହୁଲ ଗାନ୍ଧୀ ମିଥ୍ୟା ଖବର ପ୍ରଚାର କରୁଥିବା ନେଇ ଅଭିଯୋଗ କରିଛନ୍ତି। PM-Cares ପାଣ୍ଠି ଉପରେ ପ୍ରସ୍ତୁତ ହୋଇଥିବା ଏକ ନ୍ୟୁଜ ରିପୋର୍ଟକୁ ରାହୁଲ ଗାନ୍ଧୀ ତାଙ୍କ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ଲେଖିଥିଲେ “ପିଏମ୍ କେୟାର୍ସ ଫର୍ ରାଇଟ ଟୁ ଇମ୍ପ୍ରୋବିଟି” ଅର୍ଥାତ୍ ଅସାଧୁ ତଥା ବେଇମାନ ଲୋକଙ୍କ ଅଧିକାରକୁ ନେଇ ପ୍ରଧାନମନ୍ତ୍ରୀ ଚିନ୍ତିତ ଅଛନ୍ତି ।

ରାହୁଲ ଗାନ୍ଧୀ ପିଏମ କେୟାର୍ସ ଫଣ୍ଡ ସହ ଜଡିତ ଏକ ବିଭ୍ରାନ୍ତିକର ଖବର ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଜେପି ନଡ୍ଡା ତୁରନ୍ତ ଏହାର ଜବାବ ଦେଇଛନ୍ତି । ରାହୁଲ ଗାନ୍ଧୀ ମନ ଗଢା ଏବଂ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ କରି ନଡ୍ଡା କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ କ୍ୟାରିୟର କେବଳ “ମିଥ୍ୟା ଖବର” ଉପରେ ଆଧାରିତ ।

ନଡ୍ଡା କହିଛନ୍ତି ଏହା ସେତେବେଳେ ଘଟିଥାଏ ଯେତେବେଳେ ଜଣେ “ପ୍ରିନ୍ସ ଅଫ ଇନକମ୍ପିଟେନ୍ସ” (ଅଯୋଗ୍ୟ ରାଜକୁମାର) ବିନା କିଛି ବୁଝି ବିଚାରି ବିନା କିଛି ଗବେଷଣା କରି କୌଣସି ତଥ୍ୟ ଲୋକଙ୍କୁ ପ୍ରଦାନ କରିଥାଏ । ଏହା ମଧ୍ୟ ସ୍ୱାଭାବିକ କାରଣ ଆପଣଙ୍କର (ରାହୁଲ ଗାନ୍ଧୀ) କ୍ୟାରିୟର କେବଳ ମିଥ୍ୟା ଖବର ପ୍ରସାରଣ ଉପରେ ଆଧାରିତ ବୋଲି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ଜେପି ନଡ୍ଡା ।

ସୂଚନାଯୋଗ୍ୟ ଯେ ରାହୁଲ ଗାନ୍ଧୀ ଆଜି ପିଏମ-କେୟାର ସହ ଜଡିତ ଏକ ବିଭ୍ରାନ୍ତିକର ଖବର ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ, ଯାହ ପରେ ଫେକ୍ ବା ଭୁଲ ଥିଲା ବୋଲି ଜଣାପଡିଥିଲା ଏହା ପରେ ତୁରନ୍ତ ବିଜେପି ପକ୍ଷରୁ ତାଙ୍କ ଉପରେ ଟ୍ୱିଟର ଜରିଆରେ ଆକ୍ରମଣ କରାଯାଇଥିଲା ।

By amfnews

Related Post