Sat. Mar 7th, 2026

ରାସ୍ତା ଉପରେ ପରୀକ୍ଷା ଦେଲେ ଶତାଧିକ ଛାତ୍ରଛାତ୍ରୀ

172 Views

ଚିତ୍ରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୋରଡ଼ା ବ୍ଲକ୍‌ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୬ଟାରୁ ଦଳର ଶତାଧିକ କର୍ମୀ ବିଜେପି ରାଜ୍ୟ ଉପସଭାପତି ରାଜକିଶୋର ଦାସଙ୍କ ନେତୃତ୍ୱରେ ବନ୍ଦରେ ସାମିଲ ହୋଇଥିଲେ। ତେବେ ବନ୍ଦ ପାଳନ ବେଳେ ବିଜେପି କର୍ମୀଙ୍କ ସହ ଏକ ଘରୋଇ ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷଙ୍କ ମତାନ୍ତରକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା।

କଲେଜ ପିଲାଙ୍କ ଇଣ୍ଟରନାଲ ପରୀକ୍ଷା ଥିବା ବେଳେ ଏହାକୁ ବନ୍ଦ କରିବାକୁ ବିଜେପି କର୍ମୀମାନେ କଲେଜ ଅଧ୍ୟକ୍ଷଙ୍କୁ କହିବା ସହ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରତିବାଦରେ ଶତାଧିକ ଛାତ୍ରଛାତ୍ରୀ କଲେଜ ସାମ୍ନା ଦେଇ ଯାଇଥିବା ୬୧ ନମ୍ବର ରାଜ୍ୟ ରାଜପଥ ଉପରେ ବସି ପରୀକ୍ଷା ଦେଇଥିଲେ। ଏ ସମ୍ପର୍କରେ ଖବର ପାଇ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ସମ୍ବିତ୍‌ ସଂଗ୍ରାମଜିତ୍‌ ସାହୁ ଓ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଥିଲେ। ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେବାପରେ ଛାତ୍ରଛାତ୍ରୀମାନେ ରାଜରାସ୍ତାରୁ ହଟିଥିଲେ।

By amfnews

Related Post