Thu. Mar 6th, 2025

ରାସ୍ତାରେ ମହିଳାଙ୍କୁ ନିର୍ଘାତ ମାଡ

By amfnews Aug 20, 2018 #Featured
168 Views

କୋରାପୁଟ: ଜଣେ ମହିଳାଙ୍କୁ ରାସ୍ତା ଉପରେ ନିର୍ଘାତିଆ ମାଡ। ପୁଣି ଜଣେ କି ଦୁଇ ଜଣ ନୁହେଁ, ୫ଜଣ ମିଶି ପିଟିଲେ। ଫଳରେ ମହିଳା ଜଣଙ୍କ ଗୁରୁତର ଭାବେ ଆହତ ହୋଇ ଏବେ କୋରାପୁଟ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାଟି ଘଟିଛି କୋରାପୁଟ ସଦର ଥାନା ଅନ୍ତର୍ଗତ ଏ.ମାଲକାନ୍‌ଗିରି ଗ୍ରାମରେ। ସୂଚନା ଅନୁସାରେ ଷ୍ଟିଫେନ ପାଣିଗ୍ରାହୀଙ୍କ ପତ୍ନୀ ବିମଳା ପାଣିଗ୍ରାହୀ ଆଜି ଆଧାର କାର୍ଡ ପାଇଁ ଗଉଡ ସାହିକୁ ଯାଇଥିଲା ବେଳେ ସେଠାରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ପୂର୍ବ ଶତ୍ରୁତା କାରଣରୁ ଦୀନବନ୍ଧୁ ପାଇକ, ମୁନା ପାଇକ, କୃଷ୍ଣଚନ୍ଦ୍ର ପାଇକ, ହୀରା ପାଇକ ଓ ସବିତା ପାଇକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସେମାନେ ରାସ୍ତା ଉପରେ ମହିଳାଙ୍କୁ ଟଣା ଓଟରା କରିବା ସହ ନିର୍ଦ୍ଧୁମ ଛେଚିଥିଲେ। ତଳେ ପକାଇ ବାଡେଇଥିଲେ। ଫଳରେ ମହିଳାଙ୍କୁ ଗୁରୁତର ଆଘାତ ଲାଗିଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗି ଥିବାରୁ କୋରାପୁଟ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏଥିନେଇ ବିମଳାଙ୍କ ପରିବାର ପକ୍ଷରୁ କୋରାପୁଟ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୭୮/୧୮ରେ ଏକ ମାମଲା ରୁଜୁ କରିଛି। ଅପରପକ୍ଷରେ ବିମଳା ଓ ତାଙ୍କ ଭାଇ ଦୈତାରି ଗୌଡଙ୍କ ନାମରେ ପାଲଟା ଅଭିଯୋଗ ହୋଇଛି। ଏମାନେ ସେମାନଙ୍କ ଘରକୁ ଟେକା ପଥର ଫିଙ୍ଗିଥିବା ଅଭିଯୋଗ କରାଯାଇଛି। ଅଭିଯୋଗ ଆଧାରରେ ପୁଲିସ ୭୯/୧୮ରେ ଏକ ମାମଲା ରୁଜୁ କରିଛି।

By amfnews

Related Post