Sat. Mar 7th, 2026
closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added
613 Views

ପୁରୀ, ଡିସେମ୍ବର ୧୫ : ଆଜି ସଦର ଥାନା ପୁଲିସ ପୁରୀ-ବ୍ରହ୍ମଗିରି ରାସ୍ତା କଡ଼ ଜୋରରୁ ଏକ ଶବ ଜବତ କରିଛି। ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପୁଲିସ ଶବକୁ ବ୍ୟବଚ୍ଛେଦ କରାଇଛି। ମିଳିଥିବା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ କପିଳେଶ୍ବରପୁର ଚତୁର୍ଥଶ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ଶବ ଆଜି ପୂର୍ବାହ୍ନରେ ଖଡ଼ିପଦା ନିକଟସ୍ଥ ରାସ୍ତାକଡ଼ ଜୋରରୁ ମିଳିଥିଲା। ସେ ପ୍ରତିଦିନ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଆସନ୍ତି। ଗତକାଲି ଶ୍ରୀମନ୍ଦିର ଦର୍ଶନ କରି ଫେରୁଥିବା ବେଳେ କୌଣସି ପ୍ରକାର ଏହି ଜୋରକୁ ଗଳିପଡ଼ିଥିବା ପୁଲିସ ଅନୁମାନ କରୁଛି। ଆଜି ତାଙ୍କର ଶବ ଏହି ଜୋରରୁ ମିଳିଥିଲା। ଏ ସଂକ୍ରାନ୍ତରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

By amfnews

Related Post