Tue. Mar 10th, 2026

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପଞ୍ଚଭୂତରେ ଲୀନ ହେଲେ ସହିଦ ଅଜିତ କୁମାର ସାହୁ

174 Views

କାମାକ୍ଷାନଗର/ଢେଙ୍କାନାଳ : ଜମ୍ମୁ ଓ କଶ୍ମୀରର ଅନନ୍ତନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା କାମାକ୍ଷାନଗର ବ୍ଲକ୍‌ ଅନ୍ତର୍ଗତ ବଡ଼ସୁଆଁଳା ଗ୍ରାମର ଅଜିତ କୁମାର ସାହୁଙ୍କ ମର ଶରୀର ଗୁରବାର ପୂର୍ବହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ଶ୍ମଶାନରେ ସଂସ୍କାର କରାଯାଇଛି।

ଆଜି ସକାଳ ୮ଟା ବେଳେ ତାଙ୍କର ମର ଶରୀର ଢେଙ୍କାନାଳରେ ପହଞ୍ଚିବା ପରେ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ଗାର୍ଡ ଅଫ୍‌ ଅନର୍‌ ଦିଆ ଯାଇଥିଲା। ପରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ଏସ୍‌ପି ଅନୁପମା ଜେମ୍ସ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ନରୋତ୍ତମ ବେହେରା। ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ସାଫଲ୍ୟମଣ୍ଡିତ ପ୍ରଧାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ସହିଦ ଅଜିତ କୁମାରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେଠାରୁ ତାଙ୍କ ମର ଶରୀରକୁ ଗ୍ରାମ ଅଭିମୁଖେ ନିଆଯାଇଥିଲା।

By amfnews

Related Post