Fri. Jan 17th, 2025

ରାଷ୍ଟ୍ରର ଭିତ୍ତିଭୂମି ନିର୍ମାଣରେ ସେଲ ନିର୍ଭରଯୋଗ୍ୟ ଇସ୍ପାତ ସହଯୋଗୀ

By amfnews Sep 21, 2018 #Featured
253 Views

ରାଉରକେଲା, ୨୧ା୯ : ନୂଆଦିଲ୍ଲୀ ଠାରେ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ(ସେଲ)ର ବାର୍ଷିକ ସାଧାରଣ ବୈଠକରେ ଉଦବୋଧନ ଦେଇ ସେଲ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀ ସରସ୍ୱତୀ ପ୍ରସାଦ କହିଛନ୍ତି ଯେ, ପରିଚାଳନାଗତ ଲାଭାର୍ଜ୍ଜନରେ ଉନ୍ନତି ଆଣିବା ପାଇଁ ନିରନ୍ତର ରଣନୀତି ଭିତ୍ତିକ ପ୍ରୟାସ ଯୋଗୁଁ ୨୦୧୭-୧୮ ଆର୍ଥିକ ବର୍ଷରେ ୫୧୮୪ କୋଟି ଟଙ୍କାର ଋଈଓଞଊଇ ହାସଲ ହୋଇଛି ଯାହା ଅନୁରୂପ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଯଥେଷ୍ଟ ଅଧିକ ଅଟେ । ସେ କହିଥିଲେ ଯେ, ପରିଚାଳନାଗତ ପ୍ରଦର୍ଶନରେ ବ୍ୟାପକ ଉନ୍ନତି ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ, କନକାଷ୍ଟ ଉତ୍ପାଦନର ଅଂଶଧନରେ ବୃଦ୍ଧି, ସମୃଦ୍ଧ ଉତ୍ପାଦ ସମୂହ, ବ୍ଲାଷ୍ଟ ଫର୍ଣ୍ଣେସ ଉତ୍ପାଦକତାରେ ଉନ୍ନତି, କୋକହାରେ ଓ ଆପେକ୍ଷିକ ଶକ୍ତି ଉପଯୋଗ ହ୍ରାସ ଇତ୍ୟାଦି ପ୍ରୟାସ ଯୋଗୁଁ ସମ୍ଭବପର ହୋଇଥିଲା ।

ପ୍ରାୟ ୮୩% କ୍ଷତି ହ୍ରାସ କରିବା ପରେ କମ୍ପାନୀର କର ପରବର୍ତ୍ତୀ କ୍ଷତିର ପରିମାଣ ୨୦୧୭-୧୮ ଆଥର୍୍ିକ ବର୍ଷରେ ୪୮୨ କୋଟି ଟଙ୍କା ରହିଛି । ଉଲ୍ଳେଖନୀୟ ଯେ, ପୂର୍ବ ଆର୍ଥିକ ବର୍ଷ ୨୦୧୬-୧୭ରେ କ୍ଷତିର ପରିମାଣ ୨୮୩୩ କୋଟି ଟଙ୍କା ରହିଥିଲା । ୨୦୧୭-୧୮ ଆର୍ଥିକ ବର୍ଷରେ କମ୍ପାନୀର ସମୁଦାୟ କ୍ଷତିର ପରିମାଣ ୨୮୧ କୋଟି ଟଙ୍କା ରହିଛି ଯାହା ପୂର୍ବ ଆର୍ଥିକ ବର୍ଷରେ ୨୭୫୬ କୋଟି ଟଙ୍କା ରହିଥିଲା । ଶ୍ରୀ ପ୍ରସାଦ କହିଥିଲେ ଯେ, ସେଲ ଏହାର ଅବଶିଷ୍ଟ ଆଧୂନିକୀକରଣ ଓ ସଂପ୍ରସାରଣ କାର୍ଯ୍ୟ ପ୍ରାୟତଃ ସମ୍ପୂର୍ଣ୍ଣ କରିଛି । ନୂତନ ସୁବିଧାଗୁଡିକର ସୁବିନିଯୋଗ ପୂର୍ବକ ୨୦୧୭-୧୮ ଆର୍ଥିକ ବର୍ଷରେ ପୂର୍ବ ପ୍ରଦର୍ଶନରେ ଉନ୍ନତି ଆଣି ବହୁ ନୂତନ କୀର୍ତ୍ତିମାନ ସ୍ଥାପିତ ହୋଇଛି ।

ସେଲ ଗତ ଆର୍ଥିକ ବର୍ଷରେ ସମୁଦାୟ ୧୫.୮୯୩ ନିୟୁତ ଟନ ଉତ୍ତପ୍ତ ଧାତୁ, ୧୫.୦୨୧ ନିୟୁତ ଟନ ଅଶୋଧିତ ଇସ୍ପାତ ଏବଂ ୧୪.୦୨୧ ନିୟୁତ ଟନ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ କରି ଏହାର ସର୍ବକାଳୀନ ଶ୍ରେଷ୍ଠ ପ୍ରଦର୍ଶନ ଲାଭ କରିଛି । ସେଲ ୧୨.୮୦ ନିୟୁତ ଟନ କଣ୍ଟିନ୍ୟୁୟସ କାଷ୍ଟ ଷ୍ଟିଲ ଉତ୍ପାଦନ କରି ସର୍ବକାଳୀନ ଶ୍ରେଷ୍ଠ ଉତ୍ପାଦନ ହାସଲ କରିବା ସହିତ ଏହି କ୍ଷେତ୍ରରେ ପୂର୍ବ ଆର୍ଥିକ ବର୍ଷର ୧୧.୭୭ ନିୟୁତ ଟନ ପରିମାଣ ତୁଳନାରେ ୯% ଅଭିବୃଦ୍ଧି ହାସଲ କରିଛି ।

ଉତ୍ପାଦକତା ଓ କାର୍ଯ୍ୟ ନିପୁଣତାରେ ଉନ୍ନତି ସାଧନ ନିମନ୍ତେ ଗୃହୀତ ବିବିଧ ନୂତନ ପ୍ରୟାସ ଯୋଗୁଁ ପ୍ରତ୍ୟେକ ୟୁନିଟ ଦୃତ ଉନ୍ନତି ଲାଭ କରିଛନ୍ତି । ଭିଲାଇ ଷ୍ଟିଲ ପ୍ଲାଣ୍ଟର ନୂତନ ନୂତନ ବ୍ଲାଷ୍ଟ ଫର୍ଣ୍ଣେସ-୮ ‘ମହାମାୟା’ ଏବଂ ଏସଏମଏସ-୨ ଗତ ଆର୍ଥିକ ବର୍ଷରେ କମିଶନ ହୋଇଥିଲା ଏବଂ ନୂତନ ୟୁନିଭର୍ସାଲ ମିଲରୁ ପ୍ଲାଣ୍ଟ ୨୬୦ ମିଟର ଲମ୍ବା ରେଳ ପାନେଲ ଭାରତୀୟ ରେଳବାଇକୁ ଯୋଗାଇଥିଲେ । ଏହି କ୍ଷେତ୍ରରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୧୧୨% ଅଭିବୃଦ୍ଧି ହାସଲ ହୋଇଥିଲା । ଦୁର୍ଗାପୁର ଷ୍ଟିଲ ପ୍ଲାଣ୍ଟରେ ହୁଇଲ ଓ ଏକ୍ସଲ ପ୍ଲାଣ୍ଟରୁ ନେରୋ ଗେଜ ହୁଇଲ ଏବଂ ମିଡିୟମ ଷ୍ଟ୍ରକଚରାଲ ମିଲରୁ ଇ-୩୫୦ ଗ୍ରେଡ ଉଚ୍ଚ ସାମର୍ଥ୍ୟ ଯୁକ୍ତ ଷ୍ଟ୍ରକଚରାଲ ନିଜସ୍ୱ ରୂପେ ବିକଶିତ କରାଯାଇଥିଲା ।

ରାଉରକେଲା ଇସ୍ପାତ କାରଖାନାର ନୂତନ ପ୍ଲେଟ ମିଲ ୮ ଲକ୍ଷ ଟନରୁ ଉଦ୍ଧ୍ୱର୍ ପ୍ଲେଟ ରୋଲିଙ୍ଗ କରି ଅନୁରୂପ ପୂର୍ବ ବର୍ଷ ତୁଳନାରେ ୪୮.୧% ଅଭିବୃଦ୍ଧି ହାସଲ କରିଥିଲେ । ଏହା ୟୁରୋପୀୟ ବଜାରକୁ ୧୨୭୦୦୦ ଟନ ସିଇ ମାର୍କଯୁକ୍ତ ପ୍ଲେଟ ପ୍ରେରଣ ମଧ୍ୟ କରିଥିଲେ । ନିରନ୍ତର ପ୍ରୟାସ ଦ୍ୱାରା ବୋକାରୋ ଷ୍ଟିଲ ପ୍ଲାଣ୍ଟ ସର୍ବକାଳୀନ ଶ୍ରେଷ୍ଠ ୩.୨୭୬ ନିୟୁତ ଟନ କନକାଷ୍ଟ ସ୍ଲାବ ଓ ୦.୯୧୬ ନିୟୁତ ଟନ ସିଆର କଏଲ ଉତ୍ପାଦନ କରିଥିଲେ ।

ବିଶ୍ୱ ଓ ଘରୋଇ ଇସ୍ପାତ ବଜାରର ସକାରାତ୍ମକ ପରିବେଶକୁ ଦୃଷ୍ଟିରେ ରଖି ଶ୍ରୀ ପ୍ରସାଦ କହିଥିଲେ ଯେ, ଭାରତର ଭିତ୍ତିଭୂମିରେ ଉନ୍ନତି ପାଇଁ ଗୁରୁତ୍ୱ ପ୍ରଦାନ ଯୋଗୁଁ ଘରୋଇ ଇସ୍ପାତ ଉପଯୋଗ ସୁଦୃଢ ହେଉଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଘରୋଇ ଫିନିସଡ ଇସ୍ପାତ ଉପଯୋଗରେ ୭.୮% ଉନ୍ନତି ପରିଲକ୍ଷିତ ହୋଇଛି । ସେ କହିଥିଲେ ଯେ, ସେଲ ଦେଶର ନିର୍ଭରଯୋଗ୍ୟ ଇସ୍ପାତ ଯୋଗାଣକାରୀ ରୂପେ ନିଜର ସ୍ଥାନ ବଜାୟ ରଖିଛି ଏବଂ ଦେଶର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଗୁଡିକରେ ସେଲ ଷ୍ଟିଲ ବହୁଳ ରୂପେ ଉପଯୋଗ ହେଉଛି ।

By amfnews

Related Post