Fri. Jun 13th, 2025

ରାମ ଲାଲ୍ଲା ଜନ୍ମସ୍ଥାନର ନୂଆ ପ୍ରମାଣକୁ ଚିରି ପକାଇଲେ ମୁସଲମାନଙ୍କ ଓକିଲ

By amfnews Oct 16, 2019 #Featured
186 Views

ନୂଆଦିଲ୍ଲୀ  : ବୁଧବାର ଦିନ ରାମଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ଜମି ବିବାଦ ମାମଲାର ଚୂଡ଼ାନ୍ତ ଦିବସର ଶୁଣାଣି ଚାଲିଥିବା ବେଳେ ହିନ୍ଦୁ ପକ୍ଷ ଉପସ୍ଥାପନ କରିବାକୁ ଚେଷ୍ଟା କରୁଥିବା ଗୋଟାଏ ନୂଆ ପ୍ରମାଣକୁ ମୁସଲମାନ ପକ୍ଷର ଓକିଲ ରାଜୀବ ଧାଓ୍ଵନ୍‌ ଚିରି ପକାଇଛନ୍ତି।

ହିନ୍ଦୁ ମହାସଭାର ବରିଷ୍ଠ ଓକିଲ ବିକାଶ ସିଂହ ସଦ୍ୟ ପ୍ରମାଣ ଭାବେ ଆଇପିଏସ୍‌ ଅଧିକାରୀ କିଶୋର କୁନାଳ ଲେଖିଥିବା ଗୋଟାଏ ପୁସ୍ତକ ଉପସ୍ଥାପନ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠଙ୍କ ଆଗରେ ଉପସ୍ଥିତ କରିବାକୁ ଅନୁମତି ମାଗିବା ବେଳେ ଧାଓ୍ଵନ ଆପତ୍ତି କରିଥିଲେ।
ସେ ବହିରେ ଥିବା ନକ୍ସାରେ ପ୍ରଭୁ ରାମଙ୍କର ଠିକ୍‌ ଜନ୍ମସ୍ଥାନ ଦର୍ଶାଯାଇଛି ବୋଲି କହି ବହିଟିକୁ ଆଣିବାକୁ ହିନ୍ଦୁ ମହାସଭା ଓକିଲ ଅନୁମତି ମାଗିଥିଲେ।

ରାଜୀବ ଧାଓ୍ଵାନ ରାଗିଯାଇ କହିଲେ: ମୁଁ ସେ ଦଲିଲ ଚିରି ପକାଇବି। ଏହାପରେ ସେ ବିକାଶ ସିଂହ ଦେଇଥିବା ବହିରୁ ପୃଷ୍ଠା ପରେ ପୃଷ୍ଠା ଚିରି ପକାଇଲେ। ଏଥିରେ ଚିଡ଼ି ଯାଇ ପ୍ରଧାନ ବିଚାରପତି କହିଲେ: ଯଦି ଯୁକ୍ତିତର୍କ ଏମିତି ଚାଲେ ତେବେ ମୁଁ ଉଠିଯିବି, ଶୁଣାଣି ବନ୍ଦ କରି ଚାଲିଯିବି।
ସେ ନୂତନ ବହିଟି ସଂକ୍ରାନ୍ତରେ ପ୍ରଧାନ ବିଚାରପତି କହିଲେ, ମୁଁ ଏ ବହିଟି ନେଇ ପାରିବି କି? ମୁଁ ଏବେ ଏଇଟାକୁ ପଢ଼ିବି ଓ ନଭେମ୍ବର ଶେଷ ପରେ ମଧ୍ୟ ପଢ଼ିବା ଚାଲୁ ରଖିବି।ନଭେମ୍ବର ୧୭ ତାରିଖରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅବସର ଗ୍ରହଣ କରିବେ।

By amfnews

Related Post