Tue. Dec 24th, 2024

ରାମ ମନ୍ଦିର ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ଘେରିବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଙ୍ଘର ୫୦ଲକ୍ଷ କାର୍ଯ୍ୟକର୍ତା

By amfnews Oct 24, 2018 #Featured
213 Views

Khabar Odisha:news-related-to-rss-and-ram-mandir-issue
କାନପୁର, ଅକ୍ଟୋବର ୨୪ :ରାଷ୍ଟ୍ରୀୟ ସ୍ୱୟଂସେବକ ସଂଙ୍ଘର ଚାଳକ ମୋହନ ଭାଗବତଙ୍କ ତରଫରୁ ରାମ ମନ୍ଦିର ନିର୍ମାଣ ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ପରେ ଏବେ ସଂଙ୍ଘ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛି । ବିଶ୍ୱ ହିନ୍ଦୁ ପରିଷଦର ୫୦ ଲକ୍ଷ କାର୍ଯ୍ୟକର୍ତାଙ୍କ ଜରିଆରେ ଏହାର ପ୍ରସ୍ତୁତି ଆରମ୍ଭ ହେଉଛି ।

ଡିସେମ୍ବର ୧ରେ ମନ୍ଦିର ନିର୍ମାଣର ଜୟଘୋଷ ସଂଙ୍ଘ କରିବାକୁ ଯାଉଛି । ଯାହାକି ୧୦ଦିନ ପର୍ଯ୍ୟନ୍ତ ଚାଲିବ । ଆନ୍ଦୋଳନର ରୂପରେଖ ସମ୍ବନ୍ଧରେ ସଂଙ୍ଘ ସହ କାର୍ଯ୍ୟବାହକ ଦତାତ୍ରେୟ ହୋସବୋଲ ଅନ୍ୟ ପଦାଧିକାରୀଙ୍କ ସହ ବିଚାର ବିମର୍ଶ କରୁଛନ୍ତି । ସେହି ସମୟରେ ମୋଦୀଙ୍କ ଚେହେରାର ଆକର୍ଷଣ କମ୍ ହେବା କାରଣରୁ ୨୦୧୯ ଲୋକସଭା ନିର୍ବାଚନର ସମସ୍ତ କାର୍ଯ୍ୟଭାର ଏଥର ସଂଙ୍ଘ ଉଠାଇବାକୁ ଯାଉଛି । ବିଜୟାଦଶମୀ ଦିନ ଠାରୁ ସଂଙ୍ଘ ଏବେ ନୁହେଁ ତ କେବେ ନୁହେଁ ନାରା ଦେଇ କାମ କରିବା ଆରମ୍ଭ କରି ଦେଇଛି । ତେବେ ଡିସେମ୍ବର ୧ରୁ ଫେବୃୟାରୀ ୭ ମଧ୍ୟରେ ଲଗାତର ବହୁ ଆନ୍ଦୋଳନ ଏବଂ ବୈଠକର ଆୟୋଜନ କରାଯିବ ।

ସୂଚନାନୁଯାୟୀ, ଡିସେମ୍ବର ୧ରେ ଉତର ପ୍ରଦେଶର ସମସ୍ତ ଜିଲ୍ଲାରେ କାର୍ଯ୍ୟକର୍ତାମାନେ ମୋଦୀ ଏବଂ ସେହି ଅଂଚଳର ସାଂସଦଙ୍କୁ ଏକ ବିଜ୍ଞାପନ ପଠାଇବେ । ଏହି ବିଜ୍ଞାପନରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକସଭାରେ ପ୍ରସ୍ତାବ ପାରିତ କରିବା ପାଇଁ ଦାବୀ କରାଯିବ । ତେବେ ଏହି ଆନ୍ଦୋଳନର ପ୍ରଥମ ବୈଠକ ସେପ୍ଟେମ୍ବର ୩୦ରେ ହେବାକୁ ଯାଉଛି । ଏଥିରେ କାନପୁରର ବିଭିନ୍ନ କାର୍ଯ୍ୟକର୍ତା ଏବଂ ପାଦାଧିକାରୀ ସାମିଲ ହେବେ । ଏହି ଆନ୍ଦୋଳନରେ ମହିଳାଙ୍କୁ ମଧ୍ୟ ସାମିଲ କରାଯିବ । ଏହି ଅବସରରେ ଜାନୁୟାରୀ ୨୮ ଏବଂ ୨୯ରେ ପ୍ରୟାଗରାଜରରେ ସଂଙ୍ଘର ସାଧ୍ୱୀ ପରିଷଦ ବୈଠକ ଅନୁଷ୍ଠିତ ହେବ ।

By amfnews

Related Post