Thu. Jan 16th, 2025

ରାମ ମନ୍ଦିର ନିର୍ମାଣ: ବ୍ରହ୍ମପୁର, ବାଲେଶ୍ୱର ଏବଂ ଭୁବନେଶ୍ୱରରେ ବିଶାଳ ହିନ୍ଦୁ ସମାବେଶର ଆୟୋଜନ

By amfnews Dec 9, 2018 #Featured
115 Views

ବ୍ରହ୍ମପୁର, ଡିସେମ୍ବର ୦୯ : ରାମ ଜନ୍ମଭୂମିରେ ଭବ୍ୟ ମନ୍ଦିର ନିର୍ମାଣ ଦାବିରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ବ୍ରହ୍ମପୁର, ବାଲେଶ୍ୱର ଏବଂ ଭୁବନେଶ୍ୱରରେ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବ୍ରହ୍ମପରରେ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଚନ୍ଦ୍ରଚୂଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏହାର ଆୟୋଜନ ହୋଇଥିବା ବେଳେ ବାଲେଶ୍ୱରର ଆଇଟିଆଇ ପଡିଆ ଏବଂ ଭୁବନେଶ୍ୱରରେ ଏହାର ଆୟୋଜନ କରା ଯାଇଛି । ଏହି ସମ୍ମିଳନୀ ଗୁଡିକରେ ବହୁ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ହିନ୍ଦୁ ଯୋଗ ଦେଇଛନ୍ତି ।

ସୂଚନାନୁଯାୟୀ, ବ୍ରହ୍ମରୁରରେ ସମ୍ମିଳନୀ ପୂର୍ବରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା କରା ଯାଇଥିଲା । ଲୋକମାନଙ୍କୁ ରାମ ମନ୍ଦିର ମାମଲାରେ ଜାଗୃତ କରାଇବା ହେଉଛି ଏହାର ଉଦ୍ଦେଶ୍ୟ । ବ୍ରହ୍ମପୁରରେ ଗଞ୍ଜାମ, ଗଜପି ଏବଂ କନ୍ଧମାଳ, ଜିଲ୍ଲାରୁ ୩୦ ହଜାର ଲୋକ ଯୋଗ ଦେଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ବାଲେଶ୍ୱର, ଯାଜପୁର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଲୋକମାନେ ଯୋଗ ଦେଇଛନ୍ତି ।

ଦୀର୍ଘ ଦିନ ଧରି ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟଙ୍କ ନିଷ୍ପତି ବିଳମ୍ବ ହେବା ହେତୁ ସେମାନେ ଏନେଇ ଅଧ୍ୟାଦେଶ ଦାବି କରି ଆନ୍ଦୋଳନ କରିଛନ୍ତି । ଜୟ ଶ୍ରୀରାମର ନାରା ଏବଂ ମହିଳାଙ୍କ ହୁଳହୁଳି ଧ୍ୱନିରେ ଏହି ସମ୍ମିଳନୀ କମ୍ପୁଛି । ଯଦି ଏଥର ନାହିଁ ତେବେ ଆଉ କେବେ ନାହିଁ ଏବଂ କର ବା ମର ନାରା ଦେଇ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରା ନଗଲେ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହେବ ବୋଲି ବିଶ୍ୱ ହିନ୍ଦୁ ପରିଷଦ ଦୃଢ ଚେତାବନୀ ଦେଇଛି ।

By amfnews

Related Post