Fri. Mar 6th, 2026

ରାମ ମନ୍ଦିର ଉପରେ ସହମତିରେ ହେଉ ନିଷ୍ପତ୍ତି, ନଚେତ୍ ଅନ୍ୟ ବିକଳ୍ପ ଖୋଲା ରହିଛି: ଯୋଗୀ ଆଦିତ୍ୟନାଥ

299 Views

Khabar Odisha:uttar-pradesh-chief-minister-yogi-adityanath-says-there-is-no-point-of-introducing-ordinance-for-ram-temple
ଲକ୍ଷ୍ନୌ, ଅକ୍ଟେ।ବର୩୦:ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିକୁ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ପରେ ଆରମ୍ଭ ହୋଇ ଯାଇଛି ରାଜନୈତିକ ବୟାନବାଜି। ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିବାକୁ ଦାବି ଉଠୁଥିବା ବେଳେ ଅନ୍ୟ ପଟେ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ବର୍ତ୍ତମାନ ଅଧ୍ୟାଦେଶ ଅଣାଯିବାର ସମ୍ଭାବନା ବହୁତ କମ ରହିଛି। ସେ ସ୍ପଷ୍ଟ କରିଛନ୍ତି ଯେ ନ୍ୟାୟିକ ପ୍ରକ୍ରିୟାର ପାଳନ କରାଯିବ। ଏହା ସହିତ ସେ ଶୀଘ୍ର ଏହି ମାମଲାର ସମାଧାନ କରିବାକୁ ସୁପ୍ରିମକୋର୍ଟଠାରେ ଅପିଲ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ  ମଙ୍ଗଳବାର କହିଛନ୍ତି ଯେ, ଆମେ ସାମ୍ବିଧାନିକ ବାଧ୍ୟ ବାଧକତାରେ ବାନ୍ଧି ହୋଇ ଯାଇଛୁ। ତେଣୁ ସୁପ୍ରିମକୋର୍ଟ ଯଥାଶୀଘ୍ର  ଏହି ମାମଲାର ସମାଧାନ କରନ୍ତୁ। ନ୍ୟାୟ ମିଳିବାରେ ବିଳମ୍ଵ ହେଲେ ଲୋକେ ନିରାଶ ହୁଅନ୍ତି। ଦେଶର ଏତେ ବଡ଼ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି, ମାତ୍ର ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟ ପାଇଁ ଏବଂ ଆସ୍ଥାର ବ୍ୟାପକ ସମ୍ମାନ ପାଇଁ ଯେଉଁ ବିକଳ୍ପ ରହିଛି ତାହା ଉପରେ ମଧ୍ୟ ବିଚାର କରାଯିବା ଉଚିତ୍।

ମନ୍ଦିର ନିର୍ମାଣରେ ବିଳମ୍ବ ହେବାରୁ ସନ୍ଥ ଅସନ୍ତୁଷ୍ଟ ହେଉଥିବା ପ୍ରଶ୍ନ ଉପରେ ଯୋଗୀ କହିଛନ୍ତି ଯେ ସନ୍ଥଙ୍କୁ ଆମେ ସମ୍ମାନ କରିଥାଉ। ଏହି ସଂକ୍ରମଣ କାଳର ଏମିତି ଏକ ସମୟ ଯେଉଁଠି ସନ୍ଥଙ୍କୁ ଧୈର୍ଯ୍ୟ ରଖିବାର ଆବଶ୍ୟକତା ରହିଛି। ଯେଉଁଥିରେ ଦେଶର ଶାନ୍ତି ଓ ସୌହାର୍ଦ୍ଦ୍ୟ କାଏମ ରହି ପାରିବ।

ଏଠାରେ କହି ରଖୁଛୁ ଯେ ମୁଖ୍ୟମନ୍ତ୍ରୀ ଯୋଗୀ  ଗୋଟିଏ ପଟେ ଅଧ୍ୟାଦେଶ ଆଣିବାର ସମ୍ଭାବନାକୁ ଖାରଜ କରିଥିବା ବେଳେ ଅନ୍ୟ ପଟେ  ଅନ୍ୟ ବିକଳ୍ପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।  ସେ କହିଛନ୍ତି ଯେ ଏହି ମାମଲାର ସମାଧାନ ସର୍ବସମ୍ମତି କ୍ରମେ ହେଉ, ଅନ୍ୟଥା ଆମ ପାଖରେ ଅନ୍ୟ ବିକଳ୍ପ ମଧ୍ୟ ରହିଛି।

By amfnews

Related Post