Fri. Mar 6th, 2026

‘ରାମ ଜନ୍ମଭୂମି’ ଫିଲ୍ମର ପ୍ରଦର୍ଶନ ଉପରେ ନିଷୋଧାଜ୍ଞା ଜାରି କରିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

365 Views

ନୂଆଦିଲ୍ଲୀ: ରାମ ଜନ୍ମଭୂମି ପ୍ରସଙ୍ଗ ଉପରେ ଆଧାରିତ ଦିନ୍ଦୀ ସିନେମା ‘ରାମ ଜନ୍ମଭୂମି’ ଫିଲ୍ମର ପ୍ରଦର୍ଶନ ଉପରେ ନିଷୋଧାଜ୍ଞା ଜାରି କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିଛନ୍ତି । ରାମ ଜନ୍ମଭୂମି ଫିଲ୍ମ ପ୍ରଦର୍ଶନ ଉପରେ ନିଷୋଧାଜ୍ଞା ଜାରି କରିବାକୁ କରାଯାଇଥିବା ଆଦେନକାରୀ ଦର୍ଶାଇଥିଲେ ଯେ , ଏହା ଦ୍ୱାରା ଅଯୋଧ୍ୟା ଭୂମି ବିବାଦରେ ଜାରି ହୋଇଥିବା ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ମଧ୍ୟସ୍ଥତା ପ୍ରକ୍ରିୟା ଠିକ୍‌ ଭାବେ ଚାଲିପାରିବ ନାହିଁ। ଏହାର ପ୍ରଭାବ ପଡ଼ିପାରେ ବୋଲି ସେ କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାୟର ଶୁଣାଣି କରି କହିଛନ୍ତି, ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ପ୍ରକ୍ରିୟା ଏବଂ ଫିଲ୍ମ ପ୍ରଦର୍ଶନ ମଧ୍ୟରେ କୌଣସି ସଂପର୍କ ନାହିଁ । ଏହି ଫିଲ୍ମକୁ ନେଇ ଦାୟର ହୋଇଥିବା ଆଦେନଉପରେ ଦୁଇ ସପ୍ତାହ ପରେ ପୁଣି ଶୁଣାଣି କରାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି । ଏହି ମାମଲାର ବିଚାର କରୁଛନ୍ତି ଜଷ୍ଟିସ୍‌ ଏମ୍‌ ଏ ବୋବଡେ ଏବଂ ଏସ୍‌ ଅବଦୁଲ ନଜିର । ରାମ ଜନ୍ମଭୂମି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓ୍ଵାସିମ୍‌ ରିଜଭି ।

By amfnews

Related Post